ETV Bharat / state

ଆସିଲାନି ଆମ୍ବୁଲାନ୍ସ , ଆଖି ବୁଜିଲେ ଦିନ ମଜୁରିଆ - ambulance not reached patient died

ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ଆଖିବୁଜିଲେ ଗୁରୁତର ଆହତ । ଅବ୍ୟବସ୍ଥାର ଏଭଳି ନଗ୍ନ ଚିତ୍ର ଜିଲ୍ଲା ହରଭଙ୍ଗା ବ୍ଲକରରାମ୍ଭିକଟା ଗାଁରେ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ
author img

By

Published : Nov 15, 2019, 5:30 AM IST

ବୌଦ୍ଧ: ରାସ୍ତାରେ ବାଇକ ପିଟି ଚାଳକ ଫେରାର । ଏପଟେ ରକ୍ତରେ ଜୁଡୁବୁଡୁ ବାପାକୁ ବଞ୍ଚାଇବାକୁ ବାରମ୍ବାର ଫୋନ ପରେ ବି ଆସିଲାନି ଆମ୍ବୁଲାନ୍ସ । ଚିକିତ୍ସାରେ ବିଳମ୍ବ ଯୋଗୁଁ ଶେଷରେ ଆଖିବୁଜିଲେ ଦିନ ମଜୁରିଆ । ଅବ୍ୟବସ୍ଥାର ଏଭଳି ନଗ୍ନଚିତ୍ର ବୌଦ୍ଧ ହରଭଙ୍ଗା ବ୍ଲକର ରାମ୍ଭିକଟା ଗାଁରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ

ଏହି ଗାଁର ଦିନ ମଜୁରିଆ ଶର୍ମା ପାତ୍ର । ପ୍ରତ୍ୟେକଦିନ ଭଳି ସନ୍ଧ୍ୟାରେ କାମସାରି ଅନ୍ୟ ଦୁଇ ମଜୁରିଆଙ୍କ ସହ ଘରକୁ ଫେରୁଥିବା ବେଳେ ରାମ୍ଭିକଟା ଛକ ନିକଟରେ ପଛରୁ ଏକ ଅଜଣା ବାଇକ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗୁରୁତର ଶର୍ମାଙ୍କୁ ଚିକିତ୍ସା ପାଇଁ ତାଙ୍କ ପୁଅ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ନଆସିବାରୁ ସେ ବାଧ୍ୟ ହୋଇ ଏକ ଅଟୋରେ ପୁରୁଣା କଟକ ଡାକ୍ତରଖାନାକୁ ନେଇଥିଲେ ।

କିନ୍ତୁ ସେଠାରେ ଶର୍ମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପୁଣି ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ବୌଦ୍ଧରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶର୍ମାଙ୍କୁ ଠିକ ସମୟରେ ଆମ୍ବୁଲାନ୍ସ ସେବା ମିଳିଥିଲେ ସେ ବୌଦ୍ଧରେ ଚିକିତ୍ସିତ ହେବାସହ ବଞ୍ଚି ପାରିଥାନ୍ତେ ବୋଲି ତାଙ୍କ ପତ୍ନୀ ଓ ପୁଅ ଅଭିଯୋଗ କରିଛନ୍ତି ।

ତେବେ ଶର୍ମା ଜଣେ ଦିନ ମଜୁରିଆ ଏବଂ ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବୀ ହୋଇଛି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଆମ୍ବୁଲାନ୍ସ ନ ଆସିବାରୁ ଅଟୋରେ ବୁହାହୋଇ ଶେଷରେ ଆଖିବୁଜିଲେ ଗୁରୁତର ଆହତ ।ଏଭଳି କିଛି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ର ରାମ୍ଭିକଟା ଗାଁର ଦିନ ମଜୁରିଆ ଶର୍ମା ପାତ୍ର । ପ୍ରତ୍ୟେକ ଦିନ ଭଳି ସଂଧ୍ୟାରେ କାମସାରି ଅନ୍ୟ ଦୁଇ ମଜୁରିଆ ଙ୍କ ସହ ନିଜ ଘରକୁ ଫେରୁଥିବା ବେଳେ ରାମ୍ଭିକଟା ଛକ ନିକଟରେ ପଛରୁ ଏକ ଅଜଣା ବାଇକ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗୁରୁତର ଶର୍ମା ଙ୍କୁ ଚିକିତ୍ସା ପାଇଁ ତାଙ୍କ ପୁଅ ଆମ୍ବୁଲାନ୍ସ କୁ ବାରମ୍ବାର ଫୋନ କରିବା ସତ୍ତ୍ୱେ ଆମ୍ବୁଲାନ୍ସ ନ ଆସିବାରୁ ସେ ବାଧ୍ୟ ହୋଇ ଏକ ଅଟୋରେ ପୁରୁଣାକଟକ ଡାକ୍ତରଖାନାକୁ ନେଇଥିଲେ ।କିନ୍ତୁ ସେଠାରେ ଶର୍ମା ଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାଙ୍କୁ ପୁଣି ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା ।ବୌଦ୍ଧ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଶର୍ମା ଙ୍କୁ ଠିକ ସମୟରେ ଆମ୍ବୁଲାନ୍ସ ସେବା ମିଳିଥିଲେ ସେ ବୌଦ୍ଧ ରେ ଚିକିତ୍ସିତ ହେବାସହ ବଞ୍ଚି ପାରିଥାନ୍ତେ ବୋଲି ତାଙ୍କ ପତ୍ନୀ ଓ ପୁଅ ଅଭିଯୋଗ କରିଛନ୍ତି ।ଶର୍ମା ଜଣେ ଦିନମଜୁରିଆ ତଥା ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବୀ ହୋଇଛି ।

Body:ଆମ୍ବୁଲାନ୍ସ ଆସିଲାନି-ଅଟୋରେ ବୁହାହୋଇ ଶେଷରେ ଆଖି ବୁଜିଲେ ଗୁରୁତର ଆହତ ।

Conclusion:ବାଇଟ-୧-ନିଦ୍ରା ପାତ୍ର, ମୃତକ ଙ୍କ ପତ୍ନୀ
ବାଇଟ-୨-ବିମାନ ପାତ୍ର, ମୃତକ ଙ୍କ ପୁଅ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.