ETV Bharat / state

ବହିଷ୍କୃତ ଶିକ୍ଷକ ପୁଣି ଓଟିଇଟି ପରୀକ୍ଷା ଦେଉଥିବା ଅଭିଯୋଗ - ବହିଷ୍କୃତ ଶିକ୍ଷକ ଦେଉଛନ୍ତି ପରୀକ୍ଷା

ବୌଦ୍ଧ ଜିଲ୍ଲାରେ ବହିଷ୍କୃତ ହୋଇଥିବା ଜଣେ ଶିକ୍ଷକ ପୁଣି ଓଟିଇଟି ପରୀକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବହିଷ୍କୃତ ଶିକ୍ଷକ ପୁଣି ଓଟିଇଟି ପରୀକ୍ଷା ଦେଉଥିବା ଅଭିଯୋଗ

author img

By

Published : Apr 10, 2021, 7:21 AM IST

ବୌଦ୍ଧ: ଜାଲ ଓଟିଇଟି ସାର୍ଟିଫିକେଟ ମାମଲାରେ ବହିଷ୍କୃତ ତଥା ଥାନାରେ ମାମଲା ଥିବା ନକଲି ଶିକ୍ଷକ ପୁଣି ଥରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ନକଲି ଶିକ୍ଷକଙ୍କ ପରୀକ୍ଷା ଦେବା ମାମଲାରେ ତୁରନ୍ତ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବହିଷ୍କୃତ ଶିକ୍ଷକ ପୁଣି ଓଟିଇଟି ପରୀକ୍ଷା ଦେଉଥିବା ଅଭିଯୋଗ

ଦୁର୍ନୀତିରେ ଉବୁଟୁବୁ ହେଉଛି ଜିଲ୍ଲା ଶିକ୍ଷା ବିଭାଗ । ବାରମ୍ବାର ନକଲି ଶିକ୍ଷକଙ୍କୁ ନେଇ ଅଭିଯୋଗ ପରେ ବହିଷ୍କାର ହୋଇଥିବା ଶିକ୍ଷକ ମାନଙ୍କୁ ପୁଣିଥରେ ଓଟିଇଟି ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳିଛି । ଜିଲ୍ଲାର ଶିକ୍ଷା ବିଭାଗ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଦେଇ ଗତି କରୁଛି । ଶିକ୍ଷା ବିଭାଗରେ ଶିକ୍ଷକ ବଦଳିଠାରୁ ଆରମ୍ଭ କରି ନକଲି ଓଟିଇଟି ସାର୍ଟିଫିକେଟ ମାମଲାରେ ବ୍ୟାପକ ଦୁର୍ନୀତିକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନ ଏହାର ପଦକ୍ଷେପ ସ୍ବରୂପ ଜିଲ୍ଲାର ଏଭଳି 40 ଜଣ ନକଲି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର ସହ ଥାନାରେ ଫୌଜଦାରୀ ମକଦ୍ଦମା ରୁଜୁ କରିଥିଲା ।

ଗୋଟିଏ ପଟରେ ମାମଲା ବୌଦ୍ଧ ଥାନାରେ ବିଚାରଧିନ ଥିବା ବେଳେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଓଟିଇଟି ପରୀକ୍ଷାରେ ପୁଣିଥରେ ଉକ୍ତ ନକଲି ଶିକ୍ଷକମାନେ ପରୀକ୍ଷା ଦେଉଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି ।ଏଠାରେ ପ୍ରକାଶ ଥାଉକି ବୌଦ୍ଧ ଜିଲ୍ଲାର ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ବିଦ୍ୟାଳୟ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ସରସରା ଉଚ୍ଚ ବିଦ୍ୟାଳୟ ଭଳି ଚାରୋଟି ପରୀକ୍ଷା କେନ୍ଦ୍ରରେ ଓଟିଇଟି ଶୁକ୍ରବାରଠାରୁ ପରୀକ୍ଷା ଆରମ୍ଭ ହୋଇଛି ।

ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏହି ନକଲି ଶିକ୍ଷକମାନେ ଚଳିତ ଓଟିଇଟି ପରୀକ୍ଷାରେ ଦେଲେ ସେନେଇ ଉଠିଛି ପ୍ରଶ୍ନବାଚୀ । ଶିକ୍ଷା ବିଭାଗର ଦୁର୍ନୀତିକୁ ନେଇ ଆସନ୍ତା 16 ତାରିଖରେ ଜନ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଧାରଣା ଦିଆଯିବ ବୋଲି ସୂଚନା ଦିଆଯାଇଛି । ସେପଟେ ନକଲି ଶିକ୍ଷକଙ୍କ ପରୀକ୍ଷା ଦେବା ମାମଲାରେ ତୁରନ୍ତ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.