ETV Bharat / state

ରେଳପଥ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଅଭିଯୋଗ

author img

By

Published : Jan 13, 2022, 10:52 PM IST

ବୌଦ୍ଧରେ ଲଘୁ ଖଣିଜ ସମ୍ପଦର ହରିଲୁଟ ଅଭିଯୋଗ । ରେଳପଥ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ଅଭିଯୋଗ ହୋଇଥିବା ସୂଚନା । ଅଧିକ ପଡନ୍ତୁ

ରେଳପଥ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଅଭିଯୋଗ
ରେଳପଥ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଅଭିଯୋଗ

ବୌଦ୍ଧ: ଲଘୁ ଖଣିଜ ସମ୍ପଦର ହରିଲୁଟ ଅଭିଯୋଗ । ରେଳପଥ ନିର୍ମାଣ କାର୍ଯ୍ୟରେ ଏକ ନିର୍ଦ୍ଦିଷ୍ଟ କ୍ରସର ସଂସ୍ଥାର ନିମ୍ନମାନର ମେଟାଲ ଓ ଚିପ୍ସ ବ୍ୟବହାର ହେଉଥିବା ନେଇ ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାରେ ଲଘୁଖଣିଜ ସମ୍ପଦର ହରିଲୁଟ ଅଭିଯୋଗ । ଷ୍ଟୋନ କ୍ରସର ନାଁରେ ଚାଲିଛି କୋଟି କୋଟି ଟଙ୍କାର ଲୁଟ । ବୌଦ୍ଧ ଜିଲ୍ଲା ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ଉଡବିଲକା ଗ୍ରାମ ନିକଟରେ ଥିବା ଜିଲ୍ଲା ବାହାରର ଜନୈକ ଠିକାଦାରଙ୍କ ଷ୍ଟୋନ କ୍ରସର । ତେବେ ଲିଜ ଅବଧି ଆଉ ମାତ୍ର ଆଠ ମାସ ବାକି ଥିବାରୁ କ୍ରସର ସଂସ୍ଥା ଆବଶ୍ୟକତା ଠାରୁ ଅଧିକ ପାତାଳ ପର୍ଯ୍ୟନ୍ତ ଖୋଳି ଚାଲିଛି ପଥର । ଏପରିକି ଦିନରାତି ଏକ କରି ବେଆଇନ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ କରୁଥିବା ନେଇ ଅଭିଯୋଗ ହୋଇଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଅତି ତରବରିଆ ଭାବରେ ଏଠାରୁ ଅତ୍ୟନ୍ତ ନିମ୍ନମାନର ଚିପ୍ସ ଓ ମେଟାଲ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଗତ କିଛି ଦିନ ପୂର୍ବରୁ ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଅଞ୍ଚଳରେ ଥିବା କ୍ରସରଗୁଡିକୁ ଆଇନ ଉଲଙ୍ଘନ ଅଭିଯୋଗରେ ପ୍ରଶାସନ ପ୍ରାୟ ୧୫ କୋଟି ଟଙ୍କା ଫାଇନ କରି ଥିବାବେଳେ ରେଳପଥ ଭଳି କାର୍ଯ୍ୟରେ ନିମ୍ନମାନର ଚିପ୍ସ ଓ ଆବଶ୍ୟକତା ଠାରୁ ଢେର ଅଧିକ ଲୁଟ କିଭଳି ଚାଲିଛି ସେନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ଏନେଇ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇବା ସହ ଆନ୍ଦୋଳନ ପାଇଁ କେତେକ ସଂଗଠନ ସଜବାଜ ହେଉଛନ୍ତି । ସେପଟେ ଏ ସମ୍ପର୍କରେ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ତଦନ୍ତ କରି ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.