ETV Bharat / state

ବୌଦ୍ଧରେ ବାଟବଣା ଯୋଜନା, ଆବାସ ଓ ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ ଜିଲ୍ଲାରେ ବାଟବଣା ଏମଜିଏନଆରଇଜିଏ ଓ ଆବାସ ଯୋଜନା । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏହି କଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ପରେ ତଦନ୍ତ ନାଁରେ ପ୍ରଶାସନ କେବଳ ରିପୋର୍ଟ ତଲବ କରି ବସିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲାରେ ଆବାସ ଓ ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

author img

By

Published : Sep 8, 2021, 3:47 PM IST

ବୌଦ୍ଧ: ଜିଲ୍ଲାରେ ଗରିବ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ମନରେଗା ଯୋଜନା ଓ ଆବାସ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ଅନେକ ଗରିବ ହିତାଧିକାରୀ ଆବାସ ଯୋଜନାରୁ ବାଦ ପଡିଥିବା ବେଳେ ଗୋଟିଏ ପରିବାରର ଏକାଧିକ ଲୋକଙ୍କୁ ପଞ୍ଚାୟତ ଜରିଆରେ ମିଳୁଛି ସରକାରୀ ପକ୍କା ଘର ।

ବୌଦ୍ଧ ଜିଲ୍ଲାରେ ଆବାସ ଓ ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ସେହିପରି ମନରେଗା କାର୍ଯ୍ୟରେ ପ୍ରାୟ ଅଧିକାଂଶ ପଞ୍ଚାୟତରେ ଦୁର୍ନୀତି ଏକ ସାଧାରଣ କାର୍ଯ୍ୟ ହୋଇଯାଇଛି । ଗତବର୍ଷ ଏସବୁ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ୟମ ଆରମ୍ଭ କରିଥିବା ଖୋଦ ପିଡିଡିଆରଡିଏଙ୍କୁ ଶେଷରେ ବଦଳି କରି ପଠାଇ ଦିଆଗଲା । ଦୁର୍ନୀତିର ତଦନ୍ତ ନାଁରେ କେବଳ କିଛି ତଳିଆ କର୍ମଚାରୀଙ୍କୁ ନାଲି ଆଖି ଦେଖାଇ ରିପୋର୍ଟ ତଲବ କରି ପ୍ରଶାସନ ଚୁପ ବସିଗଲା । ଫଳରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ବନ୍ଧ, ପୋଖରୀ, ରାସ୍ତା, ପଡିଆ ନିର୍ମାଣ ଓ ଉନ୍ନତି କାର୍ଯ୍ୟରେ ଜେସିବି ମେସିନ ଓ ଟ୍ରାକ୍ଟର ଶ୍ରମିକଙ୍କ ସ୍ଥାନରେ ଲାଗିଲା ।

ଜିଲ୍ଲାରେ ନୀତି ହୋଇଗଲା ଅନୀତି । ଜିଲ୍ଲାର ମନରେଗା ଓ ଆବାସ ଦୁର୍ନୀତି ସାରା ରାଜ୍ୟରେ ଚର୍ଚ୍ଚିତ ହୋଇ ରହିଛି । ମୃତ ବ୍ୟକ୍ତିଙ୍କ ନାଁରେ ଆବାସ ହଡପ ଠାରୁ ଆରମ୍ଭ କରି ମୃତ ଶ୍ରମିକଙ୍କ ନାଁରେ ମନରେଗା କାର୍ଯ୍ୟର ଅର୍ଥ ହଡପ ଭଳି ଅନେକ ନଜିର ରହିଛି । କିନ୍ତୁ, ଜିଲ୍ଲାର ଏଭଳି ଶହଶହ ଅଭିଯୋଗର ତଦନ୍ତ ଦିଗହରା ହୋଇପଡିଥିବା ଅଭିଯୋଗ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଲକଡାଉନ ସମୟରେ ଶ୍ରମିକମାନେ କାମଧନ୍ଦା ଅଭାବରୁ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ବୁଦ୍ଧିଜୀବୀ ଅଭିଯୋଗ କରିବା ସହ ଜିଲ୍ଲାର ମନରେଗା ଓ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.