ETV Bharat / state

ଅବ୍ୟବସ୍ଥା ଘେରରେ ଅଇଳାଚୁଆଁ ଆଦର୍ଶ ବିଦ୍ୟାଳୟ

ଆଦର୍ଶ ବିଦ୍ୟାଳୟ ନିର୍ମାଣକୁ 3 ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ବି ଅବ୍ୟବସ୍ଥା ଘେରରେ ଶିକ୍ଷାନୁଷ୍ଠାନ। ଶିକ୍ଷକ ଅଭାବ ସାଙ୍ଗକୁ ଆନୁଷଙ୍ଗିକ ଅବ୍ୟବସ୍ଥା ବିଦ୍ୟାଳୟର ଉନ୍ନତିରେ ବାଧକ ସାଜିଛି। ଏଭଳି ସ୍ଥିତି ସେଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମନୋବଳକୁ ଭାଙ୍ଗି ଦେଇଛି।

author img

By

Published : Mar 25, 2019, 5:36 AM IST

Updated : Mar 25, 2019, 9:17 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏହି କ୍ରମରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଅଇଳାଚୁଆଁ ଠାରେ ଗତ 3 ବର୍ଷ ତଳେ ସ୍ଥାପନ ହୋଇଥିଲା ଆଦର୍ଶ ବିଦ୍ୟାଳୟ। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ବିଦ୍ୟାଳୟ ସ୍ଥାପନ ହୋଇଥିଲା ତାହାକୁ ଦେଖିଲେ ଏହା ପଥଭ୍ରଷ୍ଟ ହୋଇଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବାର ପ୍ରାୟ 3 ବର୍ଷ ବିତିଯାଇଥିଲେ ସୁଦ୍ଧା ଶିକ୍ଷକ ଅଭାବ ସାଙ୍ଗକୁ ଆନୁଷଙ୍ଗିକ ଅବ୍ୟବସ୍ଥା ଶିକ୍ଷାନୁଷ୍ଠାନର ଉନ୍ନତିରେ ବାଧକ ସାଜିଛି। ଆଉ ବିଦ୍ୟାଳୟର ଏଭଳି ସ୍ଥିତି ସେଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମନୋବଳକୁ ଭାଙ୍ଗି ଦେଇଛି।

ଅପରପକ୍ଷେ ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୀର୍ଘଦିନରୁ ନିର୍ମାଣାଧୀନ ହଷ୍ଟେଲର ପୂର୍ଣ୍ଣାଙ୍ଗ ହୋଇପାରିନାହିଁ। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲି ସେତିକି ନୁହେଁ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କମ କଣ୍ଟ୍ରାକଟ୍ରି କାମ ବେଶୀ ହେଉଥିବା ଦେଖିବାକୁ ମିଳିଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ବ୍ଲକରେ ଶିକ୍ଷା ର ବିକାଶ ନିମନ୍ତେ ଖୋଲାଗଲା ଆଦର୍ଶ ବିଦ୍ୟାଳୟ । ଏହି କ୍ରମରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅଇଁଳାଚୁଆଁ ଠାରେ ଗତ ତିନି ବର୍ଷ ତଳେ ଖୋଲାଯାଇ ଥିଲା ଆଦର୍ଶ ବିଦ୍ୟାଳୟ । କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ବିଦ୍ୟାଳୟ ଖୋଲାଯାଇଥିଲା ସେଥିରୁ ପଥଭ୍ରଷ୍ଟ ହୋଇଥିବା ଜଣାପଡିଛି ।

Body:ଅଇଁଳାଚୁଆଁ ସ୍ଥିତ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବାର ପ୍ରାୟ ତିନି ବର୍ଷ ହୋଇ ସାରିଥିଲେ ମଧ୍ୟ ଶିକ୍ଷକ ଅଭାବ ସାଙ୍ଗକୁ ଆନୁଷଙ୍ଗିକ ଅବ୍ୟବସ୍ଥା ଶିକ୍ଷାନୁଷ୍ଠାନର ଉନ୍ନତି ରେ ବାଧକ ସାଜିଛି । ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ କର୍ମଚାରୀଙ୍କ ଅଭାବ ଛାତ୍ର ଛାତ୍ରୀ ଙ୍କ ମନୋବଳକୁ ଭାଙ୍ଗି ଦେଉଛି ।ଦୀର୍ଘଦିନ ରୁ ନିର୍ମାଣାଧୀନ ହଷ୍ଟେଲ ପୂର୍ଣ୍ଣାଙ୍ଗ ହୋଇନପାରିବାରୁ ଦୂରଦୂରାନ୍ତରୁ ଆସୁଥିବା ଛାତ୍ର ଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଶିକ୍ଷାନୁଷ୍ଠାନରେ ଶିକ୍ଷା ଦାନ କମ କଣ୍ଟ୍ରାକ୍ଟରୀ କାମ ବେଶୀ ହେଉଥିବା ଦେଖିବାକୁ ମିଳିଛି ।

Conclusion:ବାଇଟ-୧-ସନାତନ ବାଘ, ଅବିଭାବକ
ବାଇଟ-୨-ରଶ୍ମିତା ବାଘ, ସପ୍ତମ ଶ୍ରେଣୀ ଛାତ୍ରୀ
Last Updated : Mar 25, 2019, 9:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.