ବୌଦ୍ଧ: ଲକଡାଉନ ସମୟରେ ସାମାଜିକ ଦୂରତା ଆଇନ ଉଲ୍ଲଂଘନ ନିମନ୍ତେ ତିନୋଟି ଦୋକାନକୁ ସିଲ କଲା ଜିଲ୍ଲା ପ୍ରଶାସନ । ଏନେଇ ଲକଡାଉନ ପର୍ଯ୍ୟନ୍ତ ଆଇନକୁ ଦୃଢ ଭାବରେ ପାଳନ କରାଯିବ ବୋଲି ସୂଚନା ମିଳିଛି । ସେପଟେ ବୌଦ୍ଧ ପୌରାଞ୍ଚଳକୁ ଆସିଥିବା 11 ଜଣ ବ୍ୟକ୍ତିଙ୍କ ଘର ସମ୍ମୁଖରେ କ୍ବାରେଣ୍ଟାଇନ ପୋଷ୍ଟର ଲଗାଯାଇଛି ।
ବୌଦ୍ଧ ଜିଲ୍ଲା ପ୍ରଶାସନ ଲକଡାଉନ ସମୟରେ ସାମାଜିକ ଦୂରତା ରଖୁନଥିବା ତିନି ଦୋକାନକୁ ସିଲ କରିଛି । ବାରମ୍ବାର ଜିଲ୍ଲା ପ୍ରଶାସନର ଅନୁରୋଧ ପରେ ମଧ୍ୟ ଦୋକାନୀ ଓ ଗ୍ରାହକ ଏନେଇ ଆଇନ ଉଲ୍ଲଂଘନ କରୁଥିବାରୁ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଏହି ପ୍ରକ୍ରିୟା ଲକଡାଉନ ଉଠିବା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ସେପଟେ ବୌଦ୍ଧ ପୌରାଞ୍ଚଳକୁ ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯିବା ସହ ଏଭଳି ଏଗାର ଜଣଙ୍କ ଗୃହ ସମ୍ମୁଖରେ କ୍ବାରେଣ୍ଟାଇନ ପୋଷ୍ଟର ଲଗାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ