ETV Bharat / state

ଜଳଛାୟା କମିଟି ବିବାଦର ସମାଧାନ ପାଇଁ ପ୍ରଶାସନର ପ୍ରଚେଷ୍ଟା - ଜଳଛାୟା ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ ଜିଲ୍ଲା ଜଳଛାୟା ପ୍ରକଳ୍ପରେ ଚାଷୀଙ୍କ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ପରେ ଚାଷୀଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

conflict of corruption in watershed department

author img

By ETV Bharat Odisha Team

Published : Oct 14, 2023, 11:27 AM IST

Updated : Oct 14, 2023, 2:07 PM IST

conflict of corruption in watershed department

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଜଳଛାୟା ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ । ଏନେଇ ଜିଲ୍ଲାର ତିନୋଟି ପଞ୍ଚାୟତର ଚାଷୀ ଗତ ୧୫ ଦିନ ମଧ୍ୟରେ ଦୁଇ ଦୁଇ ଥର ରାଜରାସ୍ତାକୁ ଓହ୍ଲାଇଥିଲେ । ତେବେ ବାରମ୍ବାର ଅଭିଯୋଗ ପରେ ଗତକାଲି ଜିଲ୍ଲାପାଳ ଦୁଇ ଗୋଷ୍ଠୀର ଚାଷୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାର ୩ଟି ପଞ୍ଚାୟତ ଚାଷୀଙ୍କ ଜମି ଉନ୍ନତିକରଣ ପାଇଁ ପ୍ରତ୍ୟେକଙ୍କୁ ୮ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଯୋଜନା ରହିଛି । ତେବେ ଏହି ଅର୍ଥ ପାଣି ପଞ୍ଚାୟତ ଜରିଆରେ ପ୍ରକୃତ ଚାଷୀଙ୍କୁ ଦେବା ପାଇଁ ନିୟମ ରହିଥିବା ବେଳେ ଏହାର ଉଲ୍ଲଙ୍ଘନ କରାଯାଇଛି । ପ୍ରକୃତ ହିତାଧିକାରୀ ବଦଳରେ ଲାଞ୍ଚ ନେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଛି । ଏନେଇ ଅଭିଯୋଗ କରି ଗତ ମାସ ୨୭ ତାରିଖରେ ଓ ଚଳିତ ମାସ ୯ ତାରିଖରେ ସ୍ଥାନୀୟ ଅଞ୍ଚଳର ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏଥିସହ ଗତ ୯ ତାରିଖରେ କଣ୍ଟାମାଳଠାରେ ଜନଶୁଣାଣି ସମୟରେ ଆନ୍ଦୋଳନକାରୀ ଚାଷୀମାନେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଏନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଯାହାକୁ ନେଇ ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ପାଣି ପଞ୍ଚାୟତ ଅନ୍ତର୍ଗତ ଉପକୃତ ଚାଷୀ ଓ ଆନ୍ଦୋଳନକାରୀ ଚାଷୀଙ୍କ ସମେତ ଜଳଛାୟା ପ୍ରକଳ୍ପର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାର ସହମତି ପ୍ରକାରେ ଆଗାମୀ ଦିନରେ ଉକ୍ତ ପାଣି ପଞ୍ଚାୟତ ଅନ୍ତର୍ଗତ ଚାଷ କରୁଥିବା ଅଣ-ଧାନଚାଷ ତଥା ଜମିର ପରିମାଣ ଜଳଛାୟା କମିଟି ପକ୍ଷରୁ ଚିହ୍ନଟ କରାଯିବା ପରେ ଏହାର ତଦାରଖ କରାଯିବ । ଏହାପରେ ସମ୍ପୃକ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଏନେଇ ଉଭୟ ଗୋଷ୍ଠୀ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ- କଣ୍ଟାମାଳରେ ଚାଷୀଙ୍କ ବିକ୍ଷୋଭ, ଜଳଛାୟାରେ ଦୁର୍ନୀତି ଅଭିଯୋଗ

ପ୍ରକାଶ ଥାଉକି, ପ୍ରକୃତ ତଥା ଗରିବ ଚାଷୀଙ୍କୁ ଏଭଳି ସରକାରୀ ସହାୟତା ମିଳି ପାରିନଥିବା ବେଳେ ଗତ ୯ ତାରିଖରେ ଚାଷୀଙ୍କ ବିଶାଳ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଶତାଧିକ ଚାଷୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତ ୨୭ ତାରିଖରେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଚାଷୀମାନେ ଅଭିଯୋଗ କରିଥିବା ସତ୍ତ୍ବେ କୌଣସି ସୁଫଳ ନ ମିଳିବାରୁ ଅଞ୍ଚଳର ଶତାଧିକ ଚାଷୀ ବ୍ଲକ ଘେରାଉ କରିବା ସହିତ ଏନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

Last Updated : Oct 14, 2023, 2:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.