ETV Bharat / state

ଜେଲ୍‌ରେ ପୁଅ, ବାପାମାଆଙ୍କ ଶୁଦ୍ଧିକ୍ରିୟା ପାଇଁ ମିଳିଲାନି ଅନୁମତି - ପୁଅର ଗିରଫ ପରେ ଚାଲିଗଲା ବାପାମାଆଙ୍କ ଜୀବନ

ପୁଅର ଗିରଫ ଘଟଣା ଶୁଣି ହୃଦଘାତରେ ବାପାଙ୍କ ମୃତ୍ୟୁ । ବାପା ଓ ପୁଅକୁ ଝୁରିଝୁରି ଚାଲିଗଲା ମାଆଙ୍କ ଜୀବନ । ଶୁଦ୍ଧିକ୍ରିୟା ନେଇ ସ୍ବାମୀଙ୍କୁ ଛାଡ଼ିବା ପାଇଁ ପତ୍ନୀଙ୍କ ଗୁହାରୀ । ଅଧିକ ପଢନ୍ତୁ

accused family faced problem in boudh
ଜେଲରେ ପୁଅ, ହୋଇପାରିଲାନି ବାପାମାଆଙ୍କ ଶୁଦ୍ଧିକ୍ରିୟା
author img

By

Published : Jul 26, 2022, 11:22 AM IST

ବୌଦ୍ଧ: ଗଣ୍ଡଗୋଳ ମାମଲାରେ ପୁଅକୁ ଗିରଫ କରି ଜେଲରେ ଭର୍ତ୍ତି କଲା ପୋଲିସ । ପୁଅର ଗିରଫ କଥାକୁ ସହ୍ୟ କରିନପାରି ହୃଦଘାତରେ ଚାଲିଗଲା ବାପାଙ୍କ ଜୀବନ । ଏହାପରେ ସ୍ବାମୀ ଓ ପୁଅକୁ ଝୁରିଝୁରି ମାଆ ମଧ୍ୟ ମୃତ୍ୟୁବରଣ କଲେ । କିନ୍ତୁ ବାପାମାଆଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେବାକୁ ଗିରଫ ପୁଅକୁ ଅନୁମତି ମିଳିନାହିଁ । ବୌଦ୍ଧ ଜିଲ୍ଲା ପଦରପଡା ଗ୍ରାମରେ ଏଭଳି କିଛି ଘଟଣା ଘଟିଛି ।

ହୋଇପାରିଲାନି ବାପାମାଆଙ୍କ ଶୁଦ୍ଧିକ୍ରିୟା

ସୂଚନା ଅନୁଯାୟୀ, ଗତ ସମବାୟ ନିର୍ବାଚନ ସମୟରେ ବୌଦ୍ଧ ଜିଲ୍ଲା ବିଳାସପୁର ସେବା ସମବାୟ ସମିତିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ଘଟିଥିଲା । ଗଣ୍ଡଗୋଳର ସମାଧାନ ପାଇଁ ପଦରପଡା ଗ୍ରାମର ମେଘନାଦ ସାହୁ ସମିତିକୁ ଯାଇଥିବାବେଳେ, ମନମୁଣ୍ଡା ପୋଲିସ କୌଣସି ବିଚାର ନକରି ମେଘନାଦଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରିଥିବା କୁହାଯାଇଛି । ଏଭଳି ଘଟଣା ଶୁଣି ମେଘନାଦଙ୍କ ବାପା ଗତ 28 ତାରିଖରେ ହୃଦଘାତରେ ମୃତ୍ୟୁ ହୋଇଥିଲା ।

ମେଘନାଦଙ୍କୁ ଜାମିନ ନମିଳିବାରୁ ବାପାଙ୍କୁ ଶେଷ ମୂହୁର୍ତ୍ତରେ ଉପସ୍ଥିତ ହୋଇ ପାରିନଥିଲେ । ଏହାପରେ ବାପାଙ୍କ ମୃତ୍ୟୁର ଠିକ 20 ଦିନ ପରେ ମାଆଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁକୁ 6 ଦିନ ବିତିଯାଇଥିଲେ ମଧ୍ୟ ପୁଅ ନଥିବାରୁ ଶୁଦ୍ଧିକ୍ରିୟା ଆରମ୍ଭ ହୋଇନାହିଁ । ତେଣୁ ଏନେଇ ତୁରନ୍ତ ବିଚାର କରି ମେଘନାଦଙ୍କୁ ଛାଡ଼ି ଦେବାକୁ ପତ୍ନୀ ଗୁହାରୀ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.