ETV Bharat / state

ସଡକ ଦୁର୍ଘଟଣାରେ ବଢୁଛି ମୃତ୍ୟୁ, ସଚେତନ ପାଇଁ ଚାଲିଛି ଉଦ୍ୟମ - boudha accident awarness programme

ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅନ୍ତର୍ଗତ ବାଙ୍କପାଳ ଛକ ନିକଟରେ ଶୁକ୍ରବାର ଉଭୟ କିଆକଟା ପୋଲିସ ଓ ମେଗା ଇରିଗେସନ ପ୍ରୋଜେକ୍ଟ ପଞ୍ଚମ କ୍ଲଷ୍ଟର ମିଳିତ ଭାବେ ଲୋକଙ୍କୁ ଫୁଲ ଓ ମିଠା ବାଣ୍ଟି ସଡକ ସୁରକ୍ଷା ନେଇ ସଚେତନ କରିଥିଲେ ।

ସଡକ ଦୁର୍ଘଟଣାରେ ବଢୁଛି ମୃତ୍ୟୁ
ସଡକ ଦୁର୍ଘଟଣାରେ ବଢୁଛି ମୃତ୍ୟୁ
author img

By

Published : Jan 22, 2021, 7:12 PM IST

ବୌଦ୍ଧ: ଗୋଟିଏ ପଟରେ ସଡକ ସୁରକ୍ଷା ମାସ ଚାଲିଥିବା ବେଳେ ଦିନକୁ ଦିନ ବଢିଚାଲିଛି ସଡକ ଦୁର୍ଘଟଣା । ପ୍ରତ୍ୟେକ ଦିନ ଛୋଟବଡ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟ କ୍ଷତି ହେବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅନ୍ତର୍ଗତ ବାଙ୍କପାଳ ଛକ ନିକଟରେ ଶୁକ୍ରବାର ଉଭୟ କିଆକଟା ପୋଲିସ ଓ ମେଗା ଇରିଗେସନ ପ୍ରୋଜେକ୍ଟ ପଞ୍ଚମ କ୍ଲଷ୍ଟର ମିଳିତ ଭାବେ ଲୋକଙ୍କୁ ଫୁଲ ଓ ମିଠା ବାଣ୍ଟି ସଚେତନ କରିଥିଲେ ।

ସଡକ ଦୁର୍ଘଟଣାରେ ବଢୁଛି ମୃତ୍ୟୁ
ସଡକ ଦୁର୍ଘଟଣାରେ ବଢୁଛି ମୃତ୍ୟୁ
ସଡକ ଦୁର୍ଘଟଣାରେ ବଢୁଛି ମୃତ୍ୟୁ
ସଡକ ଦୁର୍ଘଟଣାରେ ବଢୁଛି ମୃତ୍ୟୁ
ସଡକ ଦୁର୍ଘଟଣାରେ ବଢୁଛି ମୃତ୍ୟୁ

ସେପଟେ ଶୁକ୍ରବାର ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କଣ୍ଟାମାଳ ଠାରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ ଧକ୍କାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

କଣ୍ଟାମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗୁରୁବାର ମଧ୍ୟ ବୌଦ୍ଧ ଜିଲ୍ଲାର ଗୋପାଳମାଳ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନି ଜଣଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ସଂଧ୍ୟାରେ ବାଉଁଶୁଣୀ ଥାନା ଅନ୍ତର୍ଗତ ଅଁଳାପାଲି ଛକ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ବଢୁଥିବା ସଡକ ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ଅଞ୍ଚଳରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.