ବୌଦ୍ଧ: ଯୁବ ବ୍ୟବସାୟୀ ପ୍ରମୋଦ ପ୍ରସାଦ ଓରଫ ରାଜାଙ୍କ ନିଖୋଜକୁ ଦଶ ଦିନରୁ ଉର୍ଦ୍ଧ୍ବ ସମୟ ବିତିଗଲାଣି, ହେଲେ ଏଯାଏଁ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ସେପଟେ ଏହାକୁ ନେଇ ବିଭିନ୍ନ ଦିଗକୁ ନେଇ ନାନା ଗୁଜବ ପ୍ରତ୍ୟେକ ଦିନ ସୃଷ୍ଟି ହେବାରେ ଲାଗିଛି ।ଏ ସମ୍ପର୍କରେ ଖୋଦ ବୌଦ୍ଧ ଏସପି ଘଟଣାର ପ୍ରତ୍ୟେକ ଦିଗ ଉପରେ ନଜର ରଖିଛନ୍ତି ।କିନ୍ତୁ ଏଯାଏଁ କୌଣସି ସଫଳତା ମିଳିପାରି ନାହିଁ । ତେଣୁ ତଦନ୍ତକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ବୌଦ୍ଧର ଯୁବଗୋଷ୍ଠୀ ଏକତ୍ରିତ ହୋଇ ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସେପଟେ ବାଉଁଶୁଣୀ ଥାନା ଅନ୍ତର୍ଗତ ମାନେଶ୍ବର ଗ୍ରାମରେ ଜଣେ ଯୁବକକୁ ନିକଟ ସମ୍ପର୍କୀୟ ମାନେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରି ଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ବାଉଁଶୁଣୀ ପୋଲିସ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ