ବୌଦ୍ଧ: ବୁଧବାର ଥିଲା ପବିତ୍ର ଗୁରୁ ପୂର୍ଣ୍ଣିମା । ଗୁରୁ ବ୍ୟାସଦେବଙ୍କ ଜୟନ୍ତୀକୁ ଗୁରୁପୂର୍ଣ୍ଣିମା ଭାବରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନରେ ପାଳନ କରାଯାଇଥାଏ । ବୌଦ୍ଧ ଜିଲ୍ଲାରେ ମଧ୍ୟ ପରମ୍ପରା ମୁତାବକ ଗୁରୁପୂର୍ଣ୍ଣିମା ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ତେବେ ଜିଲ୍ଲାରେ ପ୍ରଥମଥର ପାଇଁ ବିଭିନ୍ନ ଜାତି ସମାଜର କର୍ମକର୍ତ୍ତାଙ୍କୁ ନେଇ ସ୍ଥାନୀୟ ଚନ୍ଦ୍ର ଚୂଡ ମନ୍ଦିର ଠାରେ ଏକ ସାମୂହିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ବ୍ରାହ୍ମଣ, କରଣ ଠାରୁ ନେଇ ମାଳି,କେଉଟ,ଶୁଦ,ଡୁମାଳ,କୁଳୁତା, ବାରିକ, ମାରଓ୍ବାଡି,ଗୁଡିଆ,ତୈଳିକ ବୈଶ୍ୟ, ଚଷା ଭଳି କୋଡିଏରୁ ଉର୍ଦ୍ଧ୍ବ ଜାତି ସମାଜର କର୍ମକର୍ତ୍ତା ମାନେ ଏଥିରେ ଭାଗନେଇ ସୁସ୍ଥ ସମାଜ ଗଠନରେ ପ୍ରତ୍ୟେକ ଜାତିର ଭୂମିକା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଜାତି ସମାଜର ପ୍ରତିନିଧିଙ୍କୁ ନେଇ ପ୍ରଥମଥର ପାଇଁ ଏଭଳି ଏକ ଅଭିନବ ପ୍ରୟାସ କରାଯାଇଥିବାରୁ ବିଭିନ୍ନ ମହଲରୁ ଏହାକୁ ପ୍ରଶଂସା କରାଯିବା ସହିତ ସ୍ବାଗତ କରାଯାଇଛି ।
ଇଟିଭି ଭାରତ, ବୌଦ୍ଧ