ETV Bharat / state

ଜମି ଟଙ୍କା ମାଗିବାରୁ ଅସହାୟ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : May 27, 2020, 7:34 PM IST

ନିଃସନ୍ତାନ ବୃଦ୍ଧ ଦମ୍ପତିଙ୍କ ଚାଷଜମି ଓ ଘରଡିହ ଏକାଧିକ ଲୋକ ରେଜେଷ୍ଟ୍ରି କରାଇଥିଲେ । ଉକ୍ତ ବାବଦରେ ପ୍ରାୟ 7ଲକ୍ଷ ଟଙ୍କା ଜମି ମାଲିକ ବିଦ୍ୟାଧର ମାଗିବାରୁ ଏକ ଯୋଜନା କରାଯାଇ ରବିବାର ରାତିରେ ଉଭୟଙ୍କୁ ହତ୍ୟାର ଯୋଜନା କରାଯାଇଥିଲା ।

ଜମି ଟଙ୍କା ମାଗିବାରୁ ଅସହାୟ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ
ଜମି ଟଙ୍କା ମାଗିବାରୁ ଅସହାୟ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ବୌଦ୍ଧ: ବାଉଁଶୁଣୀ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଅସହାୟ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ । ବୃଦ୍ଧ ଦମ୍ପତିଙ୍କ ଜମି ଓ ଘରଡିହ ରେଜେଷ୍ଟ୍ରି କରାଇନେବା ପରେ ଉକ୍ତ ଟଙ୍କା ମାଗିବାରୁ ବୃଦ୍ଧଙ୍କୁ ଦୁର୍ବୃତ୍ତ ମାନେ ଆକ୍ରମଣ କରିଛନ୍ତି ।

ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମର ନିଃସନ୍ତାନ ବୃଦ୍ଧ ଦମ୍ପତିଙ୍କ ଚାଷଜମି ଓ ଘରଡିହ ଏକାଧିକ ଲୋକ ରେଜେଷ୍ଟ୍ରି କରାଇଥିଲେ । ଉକ୍ତ ବାବଦରେ ପ୍ରାୟ 7ଲକ୍ଷ ଟଙ୍କା ଜମି ମାଲିକ ବିଦ୍ୟାଧର ମାଗିବାରୁ ଏକ ଯୋଜନା କରାଯାଇ ରବିବାର ରାତିରେ ଉଭୟଙ୍କୁ ହତ୍ୟାର ଯୋଜନା କରାଯାଇଥିଲା । କିନ୍ତୁ ସୌଭାଗ୍ୟବଶତଃ ଉଭୟ ବୃଦ୍ଧ ଦମ୍ପତି ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ବିଦ୍ୟାଧରଙ୍କୁ ଦୁବୃତ୍ତ ମାନେ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ । ଏନେଇ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ବାଉଁଶୁଣୀ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଏଥିରେ ସମ୍ପୃକ୍ତ 3ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ବୌଦ୍ଧ ରେଜେଷ୍ଟ୍ରି କାର୍ଯ୍ୟାଳୟର ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.