ETV Bharat / state

ମାଟ୍ରିକ ଫଳାଫଳ: ବୌଦ୍ଧରେ ୮ ଜଣ A1, ତାଲିକାରେ ସାମିଲ ନଥିବା ସ୍କୁଲର ହେବ ତଦନ୍ତ

ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମାତ୍ର ୬ଟି ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀ A1ରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି । A1ରେ ଉତ୍ତୀର୍ଣ୍ଣ ହୋଇନଥିବା ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଚଳିତ ମାସର ଦରମା ବନ୍ଦ ହେବ ବୋଲି ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

author img

By

Published : May 19, 2023, 10:03 PM IST

Updated : May 19, 2023, 10:45 PM IST

matric exam result 2023
ମାଟ୍ରିକ ପରୀକ୍ଷା ଫଳାଫଳ
ମାଟ୍ରିକ ପରୀକ୍ଷା ଫଳାଫଳ

ବୌଦ୍ଧ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ଫଳାଫଳ ସମୁଦାୟ 96. 76 ପ୍ରତିଶତ ରହିଥିବା ବେଳେ ମାତ୍ର ୬ଟି ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀ A1ରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି । ଗତବର୍ଷ ଜିଲ୍ଲାର ସମୁଦାୟ 21ଜଣ ଛାତ୍ରଛାତ୍ରୀ A1ରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚଳିତ ବର୍ଷର ଫଳାଫଳ ନିରୁତ୍ସାହଜନକ ରହିଛି । ସବୁଥର ଭଳି ଏଥର ମଧ୍ୟ ଜିଲ୍ଲା ସଦର ମହକୁମାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷାନୁଷ୍ଠାନ ଶତ ପ୍ରତିଶତ ସଫଳତା ପାଇଛି । ଉକ୍ତ ଶିକ୍ଷାନୁଷ୍ଠାନର ଦୁଇ ଜଣ ଛାତ୍ରୀ ଜିଲ୍ଲାର ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିପାରିଛନ୍ତି । ସମୁଦାୟ 558 ନମ୍ବର ରଖି ସୁଶ୍ରୀ ଅର୍ପିତା ପ୍ରିୟଦର୍ଶନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ 556 ନମ୍ବର ରଖି ଅପର୍ଣ୍ଣା ମହାପାତ୍ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ବୌଦ୍ଧ ଜିଲ୍ଲା ସଦର ମହକୁମାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗତ 2005 ମସିହାଠାରୁ ଲଗାତାର ଶତ ପ୍ରତିଶତ ସଫଳତା ପାଇ ଆସୁଛି । ଯାହାକୁ ନେଇ ଉଭୟ ସ୍କୁଲ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଜିଲ୍ଲାରେ ଦ୍ବିତୀୟ ସ୍ଥାନରେ ରହିଥିବା ଅପର୍ଣ୍ଣାଙ୍କ ପିତା ଜଣେ ଡ୍ରାଇଭର ହୋଇଥିବା ବେଳେ ମାତା ଗୃହିଣୀ ଅଟନ୍ତି । ସେ ନିଜ ପରିଶ୍ରମ ବଳରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାରେ ଦ୍ବିତୀୟ ସ୍ଥାନ ଅଧିକାର କରିବାରେ ସଫଳ ହୋଇଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଦିନକୁ ୫ରୁ ୬ ଘଣ୍ଟା ପରିଶ୍ରମ କରୁଥିଲି । ଆଗକୁ ଏଭଳି ପରିଶ୍ରମ ଜାରି ରଖିବି । ଭବିଷ୍ୟତରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ହେବାର ଲକ୍ଷ୍ୟ ରହିଛି । ଏହି ସଫଳତା ପାଇଁ ଇଶ୍ବର, ପିତାମାତା ଓ ଗୁରୁଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।" ତେବେ ଉଭୟ କୃତି ଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ମଧ୍ୟ ବେଶ ଗର୍ବିତ ବୋଲି ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଚଳିତ ଥର ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ସରକାରୀ ସ୍କୁଲର ଛାତ୍ରଛାତ୍ରୀ ସେତେଟା ଭଲ ପ୍ରଦର୍ଶନ ନଥିବା ଜଣାପଡ଼ିଛି । ଜିଲ୍ଲାର ତିନୋଟି ବ୍ଲକରେ ୫୦ରୁ ଊର୍ଦ୍ଧ୍ବ ୫T ବିଦ୍ୟାଳୟ ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଶିକ୍ଷାଦାନ ଓ ଶିକ୍ଷକଙ୍କ ଦାୟିତ୍ୱ ଠିକରେ ପାଳନ କରାଯାଉନଥିବା ଅଭିଯୋଗ ହୋଇଛି । ଶିକ୍ଷକଙ୍କ ମଧ୍ୟରେ ଶିକ୍ଷାଦାନକୁ ନେଇ ଆନ୍ତରିକତା ଅଭାବ ପାଇଁ ପିଲା ସେତେଟା ଭଲ ପ୍ରଦର୍ଶନ କରିନଥିବା ଚର୍ଚ୍ଚା ହେଉଛି । ସରକାରୀ ସ୍ତରରେ ଥିବା କେବଳ ପାଞ୍ଚଟି ହାଇସ୍କୁଲକୁ ଛାଡିଦେଲେ ଅନ୍ୟ ଯେଉଁ ବିଦ୍ୟାଳୟର ଛାତ୍ରଛାତ୍ରୀ A1ରେ ଉତ୍ତୀର୍ଣ୍ଣ ହୋଇନାହାନ୍ତି, ସେହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚଳିତ ମାସର ଦରମା ବନ୍ଦ ହେବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । କେବଳ ଦରମା ବନ୍ଦ ନୁହେଁ ବରଂ ଉକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇ କଠୋର ପଦକ୍ଷେପ ଗ୍ରହଣ ପାଇଁ ବିଚାର କରାଯାଉଥିବା ମଧ୍ୟ ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

Last Updated : May 19, 2023, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.