ETV Bharat / state

ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, 8 ଗୁରୁତର

ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତ ଯୋଗୀଭୋଗରା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଛି । ଫଳରେ ୮ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ
ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ
author img

By

Published : Oct 25, 2021, 1:43 PM IST

ବୌଦ୍ଧ: ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ରକ୍ତରେ ଭିଜିଲା ଗାଁ ଦାଣ୍ଡ । ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତ ଯୋଗୀଭୋଗରା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଛି । ଫଳରେ ୮ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ସୂଚନାଅନୁସାରେ, ଦେଶୀ ମଦ ବିକ୍ରିକୁ ନେଇ ଏଭଳି କାଣ୍ଡ ଘଟିଛି । ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟରୁ ଏହା ଜଣାପଡିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ଫଳରେ ବଢିଗାଁ ସରପଞ୍ଚଙ୍କ ସ୍ବାମୀ ସମେତ ତିନି ଜଣ ଗୁରୁତର ଆହତ ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅନ୍ୟ ଗୋଷ୍ଠୀର ପାଞ୍ଚଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଗୃହରେ ଲାଞ୍ଚ ମଗାଯାଉଥିବା ନେଇ ଆହତ ବାବୁଲା ବେହେରା ଅଭିଯୋଗ କରିଥିବା ବେଳେ ସରପଞ୍ଚ ଗୋଷ୍ଠୀର ପ୍ରତିକ୍ରିୟା ମିଳିପାରି ନାହିଁ । ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମଦ ବିକ୍ରିକୁ ନେଇ ଏହି ସଂଘର୍ଷର ସୂତ୍ରପାତ ହୋଇଥିବା କହିଛି । ଏକଦା ସରପଞ୍ଚ ଗୋଷ୍ଠୀର ନିକଟତର ଥିବା ପ୍ରତିପକ୍ଷ ଗୋଷ୍ଠୀ ଦେଶୀ ମଦ ବିକ୍ରି ଚଢାଉକୁ ନେଇ ସରପଞ୍ଚଙ୍କ ସମର୍ଥନ ନମିଳିବାରୁ ଏଭଳି ଘଟଣା ଘଟିଥିବା ବୌଦ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.