ବୌଦ୍ଧ: ଜିଲ୍ଲାର ଥାନା ଅଞ୍ଚଳରେ ଦୁଇଟି ପୃଥକ ସଂଘର୍ଷ ହୋଇଥିବା ଅଭିଯୋଗ । ତେବେ ଦୁଇଟି ଯାକ ଘଟଣାରେ ମୋଟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଛକ ନିକଟରେ ମଦ ବିକ୍ରିକୁ ବିରୋଧ କରୁଥିବା ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଆହତଙ୍କୁ ପ୍ରଥମେ ବୌଦ୍ଧ ଡାକ୍ତରଖାନାକୁ ନିଆଯାଇଥିବାବେଳେ ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ସେହିପରି ସରସରା ପଞ୍ଚାୟତ ଅନ୍ତର୍ଗତ କୋଡାସାହିରେ ଦୁଇ ପକ୍ଷ ମଧ୍ୟରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷରୁ ଜଣେ ମହିଳାଙ୍କ ସମେତ 3 ଜଣରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ବୌଦ୍ଧ ଥାନା ପକ୍ଷରୁ ଉଭୟ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ