ବୌଦ୍ଧ: ଜିଲ୍ଲା ପାଇଁ ଗୌରବ ଆଣିଲେ ଚାରିଜଣ କ୍ରୀଡାବିତ । ଜାତୀୟ ସ୍ତରରେ ଟାଇକୋଣ୍ଡ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି । ଜାତୀୟ ଟାଇକୋଣ୍ଡ ଚମ୍ପିଆନସିପରେ ଭାଗ ନେଇ ସର୍ବକାଳୀନ ରେକର୍ଡ କରିଛନ୍ତି ବୌଦ୍ଧ ଜିଲ୍ଲାର ପ୍ରତିଯୋଗୀ । ବୌଦ୍ଧ ତାଇକୋଣ୍ଡ ଆସୋସିଏସନର କ୍ରୀଡାବିତମାନେ ବରେଲୀଠାରେ ଆୟୋଜିତ ଜାତୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ତିନୋଟି ଗୋଲ୍ଡ ଓ ଗୋଟିଏ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ।
ପ୍ରକାଶ ଥାଉକି ଚଳିତ ଚମ୍ପିଆନସିପରେ ଓଡ଼ିଶା ସମୁଦାୟ ପନ୍ଦରଟି ମେଡାଲ ହାସଲ କରିଛି । ଏଥିରେ ପାଞ୍ଚଟି ସ୍ବର୍ଣ୍ଣ ପଦକ ରହିଛି । ସେଥିମଧ୍ୟରୁ ବୌଦ୍ଧ ଜିଲ୍ଲାର ପ୍ରତିଯୋଗୀମାନଙ୍କୁ ତିନୋଟି ସ୍ବର୍ଣ୍ଣ ପଦକ ସହିତ ଗୋଟିଏ ବ୍ରୋଞ୍ଜ ମେଡାଲ ମିଳିଥିବା ସୂଚନା ମିଳିଛି । ତେବେ ପ୍ରତିଯୋଗୀଙ୍କ ଏହି ସଫଳତା ପରେ ବୌଦ୍ଧ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଗୁରୁବାର ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କୃତି ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ତେବେ ଜିଲ୍ଲାରେ ପ୍ରତିଭାବାନ କ୍ରୀଡାବିତ ରହିଥିଲେ ମଧ୍ୟ ଆବଶ୍ୟକତା ମୁତାବକ ସହଯୋଗ କିମ୍ବା ଆବଶ୍ୟକ ଭିତ୍ତିଭୂମି ନେଇ ଖେଳାଳିମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ।
ଇଟିଭି ଭାରତ, ବୌଦ୍ଧ