ବୌଦ୍ଧ: ଦୁର୍ଘଟଣା ଓ ରାସ୍ତା ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସେବା ଲୋକଙ୍କୁ ଠିକରେ ମିଳିପାରୁ ନାହିଁ । ସେପଟେ ଦୁଇ ଜଣ ଡାକ୍ତରଙ୍କ ସେବା ଯୋଗୁଁ ସେମାନେ ପ୍ରଶଂସାର ପାତ୍ର ହୋଇଛନ୍ତି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସେବା ଲୋକଙ୍କୁ ଠିକରେ ମିଳିପାରୁ ନାହିଁ । ବୁଧବାର ରାମଗଡ ପଞ୍ଚାୟତ କୋଇଲିସୂତା ଗାଁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା । ଫଳରେ ଜଣେ ଆସନ୍ନ ପ୍ରସବାଙ୍କ ଚିକିତ୍ସାରେ ବିଳମ୍ବ ହେତୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ସେପଟେ ହରେକୃଷ୍ଣପୁର ଚିଲାଖଣ୍ଡି ସେତୁ ଉପରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିବାରୁ 8 ଘଣ୍ଟା ରାସ୍ତା ଅବରୋଧ ପାଇଁ ଆମ୍ବୁଲାନ୍ସ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । କିନ୍ତୁ ଦୁଇଜଣ ଡାକ୍ତରଙ୍କ ସେବା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ବୌଦ୍ଧ ମୁଖ୍ୟ ଡାକ୍ତରଖାନାର ଜଣେ ଡାକ୍ତର ମନୋରଞ୍ଜନ ମହାକୁଡ ଓ ଅନ୍ୟ ଜଣେ ପ୍ରାଣୀଧନ ଚିକିତ୍ସକ ଡ. ପ୍ରିୟବ୍ରତ ବେହେରା ରାସ୍ତା କଡରେ ମୁର୍ମୁଷୁ ଅବସ୍ଥାରେ ପଡିଥିବା ଜଣେ ଯୁବକକୁ ରାସ୍ତା କଡରେ ଚିକିତ୍ସା କରିଥିବା ବେଳେ ଅନ୍ୟ ଜଣେ ଡାକ୍ତର ରାତିରେ ଗୋମାତାଙ୍କୁ ସେବା ଯୋଗାଇ ପ୍ରଶଂସିତ ହୋଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ