ETV Bharat / state

ଅଟୋ-ବସ ମୁହାଁମୁହିଁରେ ସ୍ବାମୀ-ସ୍ତ୍ରୀ ମୃତ - 2 dead in road accident

ବୌଦ୍ଧ ଜିଲ୍ଲାର ମଥୁରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ । ମୃତକ ହେଲେ ସ୍ବାମୀ ତ୍ରଲୋକ୍ୟ ପ୍ରଧାନ ଓ ସ୍ତ୍ରୀ ସୁରଙ୍ଗିନୀ ପ୍ରଧାନ ।

road accident
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ
author img

By

Published : Feb 19, 2020, 6:09 AM IST

ବୌଦ୍ଧ: ମରଣଯନ୍ତା ପାଲଟିଛି ୫୭ ନମ୍ବର ଜାତୀୟ ରାଜପଥ । ବୌଦ୍ଧ ଜିଲ୍ଲାର ମଥୁରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ । ବୌଦ୍ଧ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଭାବେ ବିପଦଶଙ୍କୁଳ ହୋଇପଡି ରହିଥିବାବେଳେ ଦୁର୍ଘଟଣାରେ ଜଣେ ଦମ୍ପତିଙ୍କ ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ବୌଦ୍ଧ ନିକଟସ୍ଥ ବଲାସିଂଘା ଗ୍ରାମର ଗୋଟିଏ ପରିବାରର 5 ଜଣ ବିବାହ ଭୋଜିରେ ଯୋଗ ଦେଇ ପୁରୁଣା କଟକ ନିକଟସ୍ଥ ରାଜିଙ୍ଗ ଗାଁରୁ ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ । ମଥୁରା ଛକ ନିକଟରେ ବରଗଡରୁ ଭୁବନେଶ୍ବର ଯାଉଥିବା ଏସି ସରକାରୀ ବସ ସହିତ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ସ୍ବାମୀ ତ୍ରଲୋକ୍ୟ ପ୍ରଧାନ ଓ ସ୍ତ୍ରୀ ସୁରଙ୍ଗିନୀ ପ୍ରଧାନଙ୍କ ମୃତ୍ୟୁ ହୋଇଛି ।

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ

ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ବୌଦ୍ଧ ଜିଲ୍ଲା ମଥୁରା ଛକ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ସ୍ବାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବୌଦ୍ଧ ଡାକ୍ତରଖାନା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଖବର ପାଇଁ ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଗୁରୁତରକୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ମୃତ ତ୍ରଲୋକ୍ୟଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.