ETV Bharat / state

ମଧ୍ୟାହ୍ନ ଭୋଜନ ଖାଇ ୧୦ ଛାତ୍ରୀ ଅସୁସ୍ଥ ! - ବୌଦ୍ଧ ଖବର

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୧୦ ଛାତ୍ରୀ ଅସୁସ୍ଥ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ନିକଟସ୍ଥ ମଣିପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସରେ ମଧ୍ୟାହ୍ନ ଭୋଜନ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ୧୦ ଛାତ୍ରୀ । ଶିକ୍ଷକ ବଦଳିର ଫେରୱେଲ୍ ଭୋଜି କାରଣରୁ ମଧ୍ୟ ଏଭଳି ହୋଇଥିବା ସନ୍ଦେହ । ତଦନ୍ତ ପାଇଁ ବିଦ୍ୟାଳୟରେ ପହଞ୍ଚିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଅଧିକ ପଢ଼ନ୍ତୁ

ଓଏଭିରେ ମଧ୍ୟାହ୍ନ ଭୋଜନ ଖାଇ ୧୦ ଛାତ୍ରୀ ଅସୁସ୍ଥ!

author img

By

Published : Jun 3, 2022, 10:32 PM IST

ବୌଦ୍ଧ: ମଧ୍ୟାହ୍ନ ଭୋଜନ ଖାଇ ୧୦ ଛାତ୍ରୀ ଅସୁସ୍ଥ ! ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ନିକଟସ୍ଥ ମଣିପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସରେ ମଧ୍ୟାହ୍ନ ଭୋଜନ ଖାଇ ପ୍ରାୟ ୧୦ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ । ଘଟଣାର ତଦନ୍ତ ପାଇଁ ବିଦ୍ୟାଳୟରେ ପହଞ୍ଚିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ସୂଚନା ଅନୁସାରେ ମଣିପୁରସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସରେ ୫୧ ଜଣ ଛାତ୍ରୀ ରହୁଥିବା ବେଳେ ବୁଧବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଛାତ୍ରୀ ଗୁରୁତର ହୋଇପଡ଼ିଥିଲେ । ଝାଡ଼ା ବାନ୍ତି ରେ ଆକ୍ରାନ୍ତ ଛାତ୍ରୀ ମାନଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଏହି ଘଟଣା ୩ ଜଣ ଶିକ୍ଷକଙ୍କ ବଦଳିର ଫେରୱେଲ୍ ଭୋଜି କାରଣରୁ ସୃଷ୍ଟି ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ୧୦ଜଣ ଛାତ୍ରୀ ଅଳ୍ପ ସୁସ୍ଥ ହେବାପରେ ସେମାନଙ୍କ ଅବିଭାବକ ଛାତ୍ରୀ ମାନଙ୍କୁ ଘରକୁ ନେଇଯାଇଥିଲେ ।

ଘଟଣା ଜଣାପଡିବା ପରେ ଆଜି ଅଞ୍ଚଳର ସମସ୍ତ ଅବିଭାବକ ନିଜ ପିଲା ମାନଙ୍କୁ ବିଦ୍ୟାଳୟରୁ ଘରକୁ ନେଇ ଯାଇଛନ୍ତି । ତେବେ ଗରିଷ୍ଠ ଖାଦ୍ୟ ଓ ପ୍ରବଳ ଗରମ ଯୋଗୁଁ ଏଭଳି ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ସେପଟେ ଗତକାଲି ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ କରିଥିବା ବେଳେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଣିପୁର ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ସମସ୍ତ ବିଷୟ ତଦାରଖ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.