ETV Bharat / state

ପବଜି ଖେଳ ପାଇଁ ଜୀବନ ହାରିଲେ ଯୁବକ

author img

By

Published : Aug 17, 2020, 9:44 PM IST

ପବଜି ଖେଳ ପାଇଁ ଯୁବକଙ୍କ ଆତ୍ମହତ୍ୟା । ଘଟଣା ଘଟିଛି ଭଦ୍ରକ ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ପାଣିଝରିଆ ଗାଁରେ । ଅଧିକ ପଢନ୍ତୁ...

Young man commits suicide for pubg game
ପବଜି ଖେଳ ପାଇଁ ଯୁବକଙ୍କ ଆତ୍ମହତ୍ୟା

ଭଦ୍ରକ: ପବଜି ଖେଳ ପାଇଁ ଯୁବକଙ୍କ ଆତ୍ମହତ୍ୟା । ଘଟଣା ଘଟିଛି ଭଦ୍ରକ ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ପାଣିଝରିଆ ଗାଁରେ । ମୃତକ ହେଲେ ସେହି ଗାଁର ଅମୂଲ୍ୟ ସାହୁଙ୍କ ପୁଅ ଗଣେଶ ସାହୁ ।

ପବଜି ଖେଳ ପାଇଁ ଯୁବକଙ୍କ ଆତ୍ମହତ୍ୟା

ସୂଚନାନୁସାରେ, ଗଣେଶ ହାଇଦ୍ରାବାଦରେ ରହି କାମ କରୁଥିଲେ । ହେଲେ କୋରୋନା ପାଇଁ ଗାଁକୁ ପଳେଇ ଆସି ଧାମରା ଗୁଆଁଲ ସ୍ଥିତ ଏକ ଚିଙ୍ଗୁଡ଼ି ପ୍ଲାଣ୍ଟରେ ରହି କାମ କରୁଥିଲେ । ତେବେ ସେ ସବୁବେଳେ ପ୍ଲାଣ୍ଟରେ କାମ ନକରି ମୋବାଇଲରେ ପବଜି ଖେଳରେ ବ୍ୟସ୍ତ ରହୁଥିବା ଜଣାପଡ଼ିଛି । ଯାହାକୁ ନେଇ ପ୍ଲାଣ୍ଟରେ ରହୁଥିବା ମାମୁଁ ଏହାକୁ ବାରଣ କରୁଥିଲେ । ହେଲେ ସେ କାହାରି କଥା ନଶୁଣି ସବୁବେଳେ ପବଜି ଖେଳରେ ବ୍ୟସ୍ତ ରହୁଥିବା ସୂଚନା ମିଳିଛି ।

ରବିବାର ପବଜି ଖେଳୁଥିବା ବେଳେ ମାମୁଁ ପାଟି କରିବା ସହିତ ଘରକୁ ପଳାଇବାକୁ କହିଥିଲେ । ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଖବର ପାଇ ଗଣେଶର ମଉସା ସେଠାରେ ପହଞ୍ଚି ମୋବାଇଲକୁ ନେଇଯିବା ସହିତ ବୁଝାସୁଝା କରିଥିଲେ । ସୋମବାର ସକାଳେ ଗଣେଶ ପ୍ଲାଣ୍ଟରେ ଥିବା ପଲା ଘର ଭିତରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ପ୍ଲାଣ୍ଟର ଅନ୍ୟ କର୍ମଚାରୀମାନେ 108 ଆମ୍ବୁଲାନ୍ସ ଯୋଗେ ଗଣେଶକୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.