ETV Bharat / state

ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଶ୍ରମିକଙ୍କ ଧାରଣା - ଭଦ୍ରକ ଜିଲ୍ଲା ପ୍ରଶାସନ ଼

ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଧାରଣାକୁ ଓହ୍ଲାଇଲା ଶ୍ରମିକ ସଂଘ ।

ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଶ୍ରମିକଙ୍କ ଧାରଣା

author img

By

Published : Dec 24, 2020, 9:14 PM IST

ଭଦ୍ରକ : ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଧାରଣାକୁ ଓହ୍ଲାଇଲା ଶ୍ରମିକ ସଂଘ। ଭାରତୀୟ ମଜଦୁର ସଂଘ ଓ ଏହା ସହ ଅନୁବନ୍ଧିତ ଧାମରା ବନ୍ଦର କର୍ମଚାରୀ ସଂଘ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଶ୍ରମିକଙ୍କ ଧାରଣା

ଆୟୋଜିତ ପ୍ରତିବାଦ ସଭାରେ ଧାମରା ବନ୍ଦର କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ବୋନସ ପ୍ରଦାନ ନ କରି ସେମାନଙ୍କ ହକ ଛଡାଯିବା ବନ୍ଦରରେ କାର୍ଯ୍ୟଭାର ନେଉଥିବା କଣ୍ଟ୍ରାକ୍ଟରମାନେ ଆକ୍ରୋଶମୂଳକ ଭାବେ ଶ୍ରମିକଙ୍କୁ ଛଟେଇ କରୁଛନ୍ତି, କର୍ମଚାରୀଙ୍କୁ ଇପିଏଫ୍ ସ୍ଲିପ ଦେଉ ନାହାଁନ୍ତି, ଶ୍ରମିକ ଓ କର୍ମଚାରୀଙ୍କୁ ଇଏସ୍‌ଆଇ ପରିସରଭୁକ୍ତ ନ କରିବା, ଏଲ୍‌ଏନ୍‌ଜି ଟର୍ମିନାଲରେ କର୍ମଚାରୀ ଓ ଶ୍ରମକିଙ୍କୁ ପରିଚୟପତ୍ର ନଦେବା, ଓଭର ଟାଇମ ପ୍ରାପ୍ୟ ନ ଦେବା ଭଳି କମ୍ପାନୀର ଏକାଧିକ ଶ୍ରମିକ ମାରଣନୀତି ବିରୁଦ୍ଧରେ ବିଷୋଦଗାର କରିଥିଲେ ଆନ୍ଦୋଳନକାରୀ ଶ୍ରମିକ ।

ଏ ସଂକ୍ରାନ୍ତରେ ବାରମ୍ବାର ବନ୍ଦର କର୍ତ୍ତୃପକ୍ଷ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲାପାଳ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ଚାପ ଯୋଗୁ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ ହୋଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି ।

ଏଥିଲାଗି ବାଧ୍ୟ ହୋଇ ଆଜି ଏ ବିକ୍ଷୋଭ, ପ୍ରତିବାଦ ସଭା ଓ ଗଣଧାରଣା ଆଦି କରାଯାଇଛି ବୋଲି କହିଛି ଶ୍ରମିକ ସଂଗଠନ । ତୁରନ୍ତ ବନ୍ଦର କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ହକ ଦାବିକୁ ପୂରଣ କରିବା ସହ ଭଦ୍ରକ ଜିଲ୍ଲାର ପ୍ରମୁଖ ସହରର ସୌନ୍ଦର୍ଯ୍ୟକରଣ କରିବାକୁ ସଭାରେ ଦାବି କରାଯାଇଥିଲା । ପ୍ରଥମେ ସଂଘର କର୍ମକର୍ତ୍ତା ଓ ସମର୍ଥମାନେ ବାଲଗୋପାଳ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଉପସ୍ଥିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.