ETV Bharat / state

ହାଇୱାକୁ ପିଟିଲା କାର: ଚାଲିଗଲା ସ୍ତ୍ରୀ ଜୀବନ, ସ୍ବାମୀ ଗୁରୁତର - ହାଇୱାକୁ ପିଟିଲା କାର ସ୍ତ୍ରୀ ମୃତ ସ୍ବାମୀ ଗୁରୁତର

ଭଦ୍ରକ ସଡ଼କ ଦୁର୍ଘଟଣାରେ ସ୍ତ୍ରୀ ମୃତ ଏବଂ ସ୍ୱାମୀ ଗୁରୁତର । ଏକ ହାଇୱାକୁ ପିଟିଲା କାର । ଅଧିକ ପଢନ୍ତୁ

ହାଇୱାକୁ ପିଟିଲା କାର ସ୍ତ୍ରୀ ମୃତ ସ୍ବାମୀ ଗୁରୁତର

author img

By

Published : Jan 24, 2022, 7:25 AM IST

ଭଦ୍ରକ: ଦୁର୍ଘଟଣାରେ ସ୍ତ୍ରୀ ମୃତ ଏବଂ ସ୍ୱାମୀ ସଙ୍କଟାପନ୍ନ । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟ କାଲିତ୍ରା ମନ୍ଦିର ଛକରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ସ୍ୱାମୀ ଗୁରୁତର ଥିବା ବେଳେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ସୋର ଅଞ୍ଚଳର ମନୋଜ ଗୁପ୍ତା ଓ ତାଙ୍କ ସ୍ତ୍ରୀ ସବିତା ଗୁପ୍ତା ଏକ କାର ଯୋଗେ ଭୁବେନେଶ୍ୱର ଆଡୁ ସୋରକୁ ଫେରୁଥିବା ବେଳେ ଜାତୀୟ ରାଜପଥ ବାରୀକପୁର କାଳିତ୍ରା ମନ୍ଦିର ଛକ ଠାରେ ପୂର୍ବରୁ ବାଲି ବୋଝେଇ ଏକ ହାଇୱା ଟ୍ରକ ଠିଆ ହୋଇଥିଲା । ତେବେ କୌଣସି କାରଣରୁ ଭାରସାମ୍ୟ ହରାଇ ଏହି ହାଇୱା ଟ୍ରକ ପଛ ପଟେ କାରଟି ବାଡେଇ ହୋଇଥିଲା । ଫଳରେ କାର ଭିତରେ ବସିଥିବା ସୋର ଅଞ୍ଚଳରେ ମନୋଜ ଗୁପ୍ତା ଓ ସ୍ତ୍ରୀ ସବିତା ଗୁପ୍ତା ଗୁରୁତର ଭାବେ ଆହତ ହୋଇଥିଲେ।

ହାଇୱାକୁ ପିଟିଲା କାର ସ୍ତ୍ରୀ ମୃତ ସ୍ବାମୀ ଗୁରୁତର

ପରେ ଉଭୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ସ୍ତ୍ରୀ ସବିତା ଗୁପ୍ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ସ୍ଵାମୀ ମନୋଜ ଗୁପ୍ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.