ETV Bharat / state

ପ୍ରେମ ପାଇଁ ନୃଶଂସ ପାଲଟିଲା ସ୍ତ୍ରୀ, ପ୍ରେମିକ ସହ ମିଶି ସ୍ବାମୀକୁ ଭୁଜାଲିରେ କଲା ୫୦ ଥର ଆକ୍ରମଣ

ସ୍ବାମୀକୁ ହତ୍ୟା ଉଦ୍ୟମ ପରେ ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ । ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା । ଅଧିକ ପଢନ୍ତୁ

wife trying to kill her husband
wife trying to kill her husband
author img

By

Published : Jan 22, 2023, 9:31 AM IST

ପ୍ରେମ ପାଇଁ ନୃଶଂସ ପାଲଟିଲା ସ୍ତ୍ରୀ

ଭଦ୍ରକ: ବିବାହ ପରେ ବି ପ୍ରେମକୁ ଭୁଲିପାରିଲେନି ମହିଳା । ପ୍ରେମକୁ ପାଇବା ପାଇଁ ସ୍ବାମୀ ହତ୍ୟାର ରଚିଲେ ଷଡଯନ୍ତ୍ର । ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା ଉଦ୍ୟମ କଲା ସ୍ତ୍ରୀ । ଯେଉଁ ହାତ ଧରି ସାତ ଜନ୍ମର ସାଥି ହେବ ବୋଲି କଥା ଦେଇଥିଲା ସେଇ ହାତରେ ଭୁଜାଲି ଧରି ସ୍ବାମୀକୁ ହତ୍ୟା ଉଦ୍ୟମ କରିବାକୁ ପଛାଇଲା ନାହିଁ ସ୍ତ୍ରୀ । ପ୍ରାୟ ୫୦ ଥର ଭୁଜାଲିରେ ଆକ୍ରମଣ ପରେବି ଅଳ୍ପକେ ବର୍ତ୍ତି ଯାଇଥିଲେ ମହିଳାଙ୍କ ସ୍ବାମୀ । ହତ୍ୟା ଉଦ୍ୟମ ପରେ ଘଟଣାସ୍ଥଳରୁ ପ୍ରେମିକ ସହ ଚମ୍ପଟ ମାରିଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଞ୍ଚଳରେ । ଆହତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁର ଥାନା ଅଧିନ କମାରଗାଁର ଶମ୍ଭୁନାଥ ଦଳେଇ ସାବରଙ୍ଗ ଥାନା ଏରଡାର ଲିଜାଙ୍କୁ ବିବାହ କରିଥିଲେ । କିନ୍ତୁ ଲିଜାଙ୍କର ବିବାହ ପୂର୍ବରୁ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର ରବିଙ୍କୁ ଭଲ ପାଉଥିଲେ ଲିଜା । ତେବେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସତ୍ତ୍ବେ ଲିଜା ଶମ୍ଭୁନାଥଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ସନ୍ତାନ ମଧ୍ୟ ରହିଛନ୍ତି । କିନ୍ତୁ ବିବାହ ପରେବି ପ୍ରେମିକକୁ ଭୁଲି ପାରିନଥିଲେ ଲିଜା । ଶେଷରେ ସ୍ବାମୀକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲେ ।

ତେବେ ଅଭିଯୋଗ ଅନୁଯାୟୀ, ଲିଜା ତାଙ୍କ ପ୍ରେମିକ ରବି ସହ ମିଶି ସ୍ୱାମୀଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ । ଲିଜା ସ୍ୱାମୀ ଶମ୍ଭୁନାଥଙ୍କୁ ସାଙ୍ଗରେ ନେଇ ନିଜ ବାପ ଘର ଏରଡ଼ାକୁ ଆସିଥିଲେ । ସେଠାରେ ରାତିରେ ଶମ୍ଭୁନାଥ ଶୋଇଥିବା ବେଳେ ଲିଜା ହଠାତ ତାଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ ଓ ପରେ ଶମ୍ଭୁନାଥ ନିଦରୁ ଉଠିଯିବାରୁ ପ୍ରେମିକ ରବି ଆକ୍ରମଣ କରିଥିଲା । ପାଖାପାଖି ୫୦ ଥର ଶମ୍ଭୁନାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ଉଭୟ । ଶମ୍ଭୁଙ୍କୁ ଗୁରୁତର ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଏପରି ଘଟଣା ଘଟାଇବା ପରେ ଉଭୟ ଲିଜା ଓ ତାର ପ୍ରେମିକ ରବି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏନେଇ ସାବରଙ୍ଗ ଥାନାରେ ଅଭିଯୋଗ ପରେ ଉଭୟଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.