ETV Bharat / state

ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକରେ ତଳିଆ ଅଞ୍ଚଳରେ ପାଣି, ସ୍ଥାନାନ୍ତର ଆରମ୍ଭ - flood shelters for 350 people

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ତଳିଆ ଅଞ୍ଚଳରେ ମହାନଦୀରୁ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ତିର୍ତୋଲ ବ୍ଲକର ଶଙ୍ଖେଶ୍ବର, ମଣିଜଙ୍ଗା କୁଜଙ୍ଗ ବ୍ଲକର ଜିଲାନାସି ଓ ହରିପୁର ଅଞ୍ଚଳର ୩୫୦ ଜଣଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

flood shelters for 350 people
ବନ୍ୟା ବିଭୀଷିକା ଯୋଗୁଁ ବଢୁଛି ଲୋକଙ୍କ ଦୁର୍ଦ୍ଦଶା
author img

By

Published : Aug 30, 2020, 9:49 PM IST

ଜଗତସିଂହପୁର: ରାଜ୍ୟର ଏବେ ବିଭିନ୍ନ ଜିଲ୍ଲାରେ ବନ୍ୟା ବିଭୀଷିକା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ତଳିଆ ଅଞ୍ଚଳରେ ମହାନଦୀରୁ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ତିର୍ତୋଲ ବ୍ଲକର ଶଙ୍ଖେଶ୍ବର, ମଣିଜଙ୍ଗା କୁଜଙ୍ଗ ବ୍ଲକର ଜିଲାନାସି ଓ ହରିପୁର ଅଞ୍ଚଳର ୩୫୦ ଜଣଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ଏଭଳି ପରିସ୍ଥିତି ଦେଖି ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧାଖାଦ୍ୟ ଦିଆ ଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି(ରବିବାର) ଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ।

ବନ୍ୟା ବିଭୀଷିକା ଯୋଗୁଁ ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ତେବେ ଜିଲ୍ଲାରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ବନ୍ୟା ଅଶ୍ରୟସ୍ଥଳକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଯାବତ ଜିଲ୍ଲାରେ ୪୬ ଟି ବନ୍ୟା ଆଶ୍ରୟସ୍ଥଳ ଓ ୫୪୨ ଟି ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.