ETV Bharat / state

ଚରମ ସୀମାରେ ଗୋଷ୍ଠୀ କନ୍ଦଳ: 15 ଆହତ, ଭାଙ୍ଗିଲା 10 ଗାଡି

ଭଦ୍ରକ: ନିର୍ବାଚନ ଯେତେ ପାଖେଇଆସୁଛି, ରାଜନୈତିକ ଦଳଙ୍କ ରାଜନୀତି ରକ୍ତଚାପ ସେତେ ବଢୁଛି । ନିର୍ବାଚନକୁ ଯିବାପୂର୍ବରୁ ସମସ୍ତ ଦଳ ପାଇଁ ଡ୍ୟାମେଜ କଣ୍ଟ୍ରୋଲ ବଡ ସମସ୍ୟା ଭାବେ ଉଭା ହୋଇଛି । ଆଉ ଆଜି ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ।

author img

By

Published : Mar 2, 2019, 7:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଚାନ୍ଦବାଲି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଦଳୀୟ ସଭା ଦୁର୍ଗାପୂଜା ପଡିଆରେ ଆୟୋଜନ କରାଯାଇଥିଲା । ଏହି ସ୍ଥାନକୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଦଳୀୟ କର୍ମୀ ଛୁଟିଥଲେ ।

ସୂଚନା ଅନୁସାରେ ଏକ ଦଳୀୟ ଗୋଷ୍ଠୀ ଯଶିପୁରରୁ ବାହାରି ସଭା ଅଭିମୁଖେ ଆସୁଥିଲେ, ଏହାକୁ ବିରୋଧ କରିଥିଲେ ପୂର୍ବରୁ ଚାନ୍ଦବାଲି କଲେଜ ସମ୍ମୁଖରେ ଥିବା ଅନ୍ୟ ଏକ ଗୋଷ୍ଠୀ । ତୁମେ କେଉଁଗୋଷ୍ଠୀର ? ବିଧାୟକଙ୍କ ବ୍ୟାନର କାହିଁ ? ଏମିତି ଯୁକ୍ତି ତର୍କରୁ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଉଭୟ ଗୋଷ୍ଠୀଙ୍କ ଆକ୍ରମଣ ପ୍ରତିଆକ୍ରମଣରେ ପ୍ରାୟ 15 ଜଣ ଆହତ ହୋଇଥିବା ବେଳେ 10ଟି ଗାଡି ଭାଙ୍ଗି ଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ନ୍ୟୁଜ

Intro:Body:

ଓଟିଇଟି ପରୀକ୍ଷା ଆମେ ଦେବୁ କାହିଁକି ? 

ଭୁବନେଶ୍ବର: ଘରୋଇ ବିଦ୍ୟାଳୟର ଶିକ୍ଷକ ସଂଘ ପକ୍ଷରୁ ଲୋଏର ପିଏମଜିରେ ଧାରଣା । ଓଟିଇଟି ପରୀକ୍ଷାକୁ ବିରୋଧ କରି ଏହି ଧାରଣା ଦେଇଛନ୍ତି ଶିକ୍ଷକ ସଂଘ । କେତେ ଥର ସେମାନେ ନିଜର ଦକ୍ଷତା ଦେଖାଇବେ ଏନେଇ ପ୍ରଶ୍ନ କରିଛନ୍ତି । 

କାରଣ ଜଣେ ଯଦି ନିଜର ଡିଗ୍ରୀ ବା ବିଏଡ଼ ପାଠ ଶେଷ କରି ଓଡିଶାରେ ଶିକ୍ଷକ ହେବାକୁ ଚାହେଁ ତ ତାକୁ ନିହାତି ଭାବରେ ରାଜ୍ୟ ଶିକ୍ଷା ବିଭାଗ ଅଧିନରେ ଓଟିଇଟି ପରୀକ୍ଷା ଦେବାକୁ ପଡିଥାଏ । କିନ୍ତୁ କେନ୍ଦ୍ର ସରକାରଙ୍କ ଅଧିନରେ ଏନସିପିସିଆର ପରୀକ୍ଷା ଦେଇ ଥିବା ଓଡିଶା ଘରୋଇ ସ୍କୁଲ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଭାବରେ କାମ କରୁଛନ୍ତି ।

ସଙ୍ଘ କହିବା ଅନୁସାରେ ସେମାନେ ଦୀର୍ଘ ବର୍ଷ ଧରି ଘରୋଇ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ଆଉ ଥରେ ରାଜ୍ୟ ସରକାରଙ୍କ ଅଧିନରେ ପରୀକ୍ଷା ଦେଇ ନିଜର ଯୋଗ୍ୟତା ଦେଖାଇ ସାରିଛନ୍ତି ସେମାନେ ଆଉ ବାରମ୍ବାର କେତେ ନିଜର ଯୋଗ୍ୟତାକୁ ଦେଖାଉଥିବେ ବୋଲି ସଂଘ ଦାବି ରଖି ଆଜି ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ଧାରଣା ଦେଇଛି । 

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ନ୍ୟୁଜ 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.