ETV Bharat / bharat

ଜମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ବଡ଼ ଅପଡେଟ, ଆସିଲା ମୁଖ୍ୟମନ୍ତ୍ରୀଙ୍କ ନାଁ

ଜମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା । ବଡ଼ ଘୋଷଣା କଲେ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା । ୯ ବର୍ଷ ପରେ ପୁଣି ମୁଖ୍ୟମନ୍ତ୍ରୀ ହେବେ ଓମାର ।

author img

By ETV Bharat Odisha Team

Published : 3 hours ago

OMAR ABDULLAH
OMAR ABDULLAH (X)

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସରକାର ଗଢିବାକୁ ଯାଉଛି ନ୍ୟାସନାଲ କନଫରେନ୍ସ(NC) ଏବଂ କଂଗ୍ରେସ ମେଣ୍ଟ । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଜମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଓମାର ଅବଦୁଲ୍ଲା । ଏନସି ଅଧ୍ୟକ୍ଷ ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏନେଇ ଘୋଷଣା କରିଛନ୍ତି । ଗଣମାଧ୍ୟମ ସହ ଆଲୋଚନା ବେଳେ ଫାରୁକ କହିଛନ୍ତି କି ଜମ୍ମୁ-କାଶ୍ମୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା ।

କଣ କହିଲେ ଫାରୁକ ଅବଦୁଲ୍ଲା ?

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଫାରୁକ ଅବଦୁଲ୍ଲା ଘୋଷଣା କରିଛନ୍ତି କି, ‘ଓମାର ଅବଦୁଲ୍ଲା ଆଗାମୀ ମୁଖ୍ୟମନ୍ତ୍ରୀ ହେବେ । କ୍ଷମତା ବଣ୍ଟନର କୌଣସି ପ୍ରସଙ୍ଗ ନୁହେଁ । ଜମ୍ମୁକାଶ୍ମୀର ବାସିନ୍ଦାଙ୍କ ପ୍ରତି ମୁଁ କୃତଜ୍ଞ । ଲୋକେ ନିଜର ଜନାଦେଶ ଦେଇଛନ୍ତି । ଜନମତ ସାବ୍ୟସ୍ତ କରିଛି କି, ୨୦୧୯ ମସିହା ୫ ଅଗଷ୍ଟକୁ ନିଆଯାଇଥିବା ନିଷ୍ପତ୍ତିକୁ ସେମାନେ ସ୍ବୀକାର କରିନାହାନ୍ତି ।’ ସୂଚନା ଥାଉକି, ଅଗଷ୍ଟ ୫, ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରେ ବହୁ ଚର୍ଚ୍ଚିତ ଧାରା ୩୭୦କୁ ହଟାଇ ଦେଇଥିଲେ । ଏହା ସହ ଲଦାଖକୁ ଅଲଗା କରି ଦେଇଥିଲେ ।

ଦୁଇଟି ଆସନରୁ ଲଢୁଛନ୍ତି ଓମାର:

ଏଥର ନିର୍ବାଚନରେ ଓମର ଅବଦୁଲା ଦୁଇଟି ଆସନରୁ ଲଢେଇ କରୁଛନ୍ତି । ବଡଗାମ ଓ ଗାନ୍ଦରବଲ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏଥିସହ ଦୁଇଟି ଆସନରୁ ବିଜୟୀ ମଧ୍ୟ ହୋଇଛନ୍ତି । ବଡଗାମରୁ ଓମାରଙ୍କୁ ୩୬୦୧୦ ଖଣ୍ଡ ଭୋଟ ମିଳିଛି । ସେହିପରି ଦ୍ବିତୀୟ ଆସନ ଗାନ୍ଦରବଲରୁ ତାଙ୍କୁ ୧୮୧୯୩ ଭୋଟ ସହ ବିଜୟ ହାସଲ କରିଛନ୍ତି ।

ପୁଣି ମୁଖ୍ୟମନ୍ତ୍ରୀ ହେବେ ଓମାର:

୧୦ ବର୍ଷ ପରେ ପୁଣି କ୍ଷମତା ଡୋରି ଓମାର ଅବଦୁଲାଙ୍କ ହାତରେ । ଗତ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓମାର । ସେ ପ୍ରଥମେ ୧୯୯୮ରେ ଲୋକସଭା ନିର୍ବାଚନ ଲଢିଥିଲେ । ମାତ୍ର ୨୮ ବର୍ଷ ବୟସରେ ସାଂସଦ ହୋଇଥିଲେ । ତତକାଳୀନ ବାଜପେୟୀ ସରକାର ସମୟରେ ସେ କମର୍ସ ଓ ଇଣ୍ଡଷ୍ଟ୍ରି ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପରେ ୨୦୦୯ରେ ରାଜ୍ୟର ସବୁଠୁ କମ ବୟସର ମୁଖ୍ୟମନ୍ତ୍ରୀ ହୋଇଥିଲେ ଓମାର ।

  • ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ଓମାର ଅବଦୁଲ୍ଲା
  • ୧୯୯୮ରେ ଲୋକସଭା ନିର୍ବାଚନ ଲଢିଥିଲେ
  • ମାତ୍ର ୨୮ ବର୍ଷ ବୟସରେ ସାଂସଦ ହୋଇଥିଲେ
  • ଅଟଳ ବାଜପେୟୀ ସରକାରରେ ରାଷ୍ଟ୍ରମନ୍ତ୍ରୀ
  • ୨୦୦୯ରେ ରାଜ୍ୟର ସବୁଠୁ କମ ବୟସର ମୁଖ୍ୟମନ୍ତ୍ରୀ ହୋଇଥିଲେ ଓମାର

ଏହା ମଧ୍ୟ ପଢନ୍ତୁ:

ଜମ୍ମୁ-କାଶ୍ମୀର ଓ ହରିୟାଣାରେ ଭୋଟ ଗଣତି ଜାରି; ଖାତା ଖୋଲିଲା କଂଗ୍ରେସ, ଜୁଲାନା ଆସନରୁ ବାଜି ମାରିଲେ ଭିନେଶ ଫୋଗତ

ଜୁଲାନାରୁ ଜିତିଲେ ଭିନେଶ ଫୋଗାଟ; ହରିୟାଣାରେ ଭୋଟ ଗଣତି ଜାରି

ହରିୟାଣାରେ ଚକମା ଦେବ କି ଫଳାଫଳ, ହ୍ୟାଟ୍ରିକ ବିଜୟ କରିବ କି ବିଜେପି ?

୧୦ ବର୍ଷ ପରେ ଜମ୍ମୁକାଶ୍ମୀର ହୋଇଛି ନିର୍ବାଚନ:

ଦୀର୍ଘ ୧୦ ବର୍ଷ ପରେ ଜମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଛି । ଶେଷଥର ପାଇଁ ୨୦୧୪ରେ ହୋଇଥିଲା ବିଧାନସଭା ନିର୍ବାଚନ । ଧାରା ୩୭୦ ଉଚ୍ଛେଦ ପରେ ପ୍ରାୟ ଦଶନ୍ଧି ପରେ ତିନି ପର୍ଯ୍ୟାୟରେ ମତଦାନ ହୋଇଥିଲା ।

  • ୧୦ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ
  • ଶେଷଥର ୨୦୧୪ରେ ହୋଇଥିଲା ବିଧାନସଭା ନିର୍ବାଚନ
  • ଧାରା ୩୭୦ ଉଚ୍ଛେଦ ପରେ ଦଶନ୍ଧି ପରେ ୩ ପର୍ଯ୍ୟାୟରେ ମତଦାନ ହୋଇଥିଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.