ETV Bharat / state

ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ, ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା - ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ

VK Pandian Visits Bhadrak: ଭିକେ ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ । ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ
ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ
author img

By ETV Bharat Odisha Team

Published : Dec 27, 2023, 9:51 PM IST

Updated : Dec 27, 2023, 10:30 PM IST

ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ

ଭୁବନେଶ୍ବର: 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଭଦ୍ରକ ଗସ୍ତ କରିବା ସହ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହାସହ ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି ପାଣ୍ଡିଆନ ।

ଭଦ୍ରକ ଗସ୍ତ ସମୟରେ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପ୍ରଥମେ ଓଡିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଆରଡିରେ ବାବା ଆଖଣ୍ଡଳମଣୀଙ୍କୁ ପୂଜାର୍ଚ୍ଚନା ସହ ଦର୍ଶନ କରିଛନ୍ତି । ଏହା ପରେ ମନ୍ଦିର ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ମନ୍ଦିର ପ୍ରକଳ୍ପ ପାଇଁ ୪୮ କୋଟି ଟଙ୍କା ମଞ୍ଜୁର ହୋଇଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରକଳ୍ପ କାମ ଯଥାଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ବିଷୟରେ ସମୀକ୍ଷା କରିଛନ୍ତି ।

ତେବେ ଭଦ୍ରକରେ କରାଯିବାକୁ ଥିବା ୮୯୩ କୋଟି ଟଙ୍କା ବ୍ୟୟରେ ଚାନ୍ଦବାଲି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ୧୦୦ କୋଟି ଟଙ୍କା ବ୍ୟୟରେ ଭଦ୍ରକ ରିଂ ରୋଡ ନିର୍ମାଣ ପ୍ରକଳ୍ପ, ୪୮୦ କୋଟି ଟଙ୍କା ବ୍ୟୟରେ ଆଖୁଆପଦାରେ ସମନ୍ୱିତ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, ୧୬୪ କୋଟି ଟଙ୍କା ବ୍ୟୟରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜର ୧୦୦ ଶଯ୍ୟା ବିଶିଷ୍ଟ Super Speciality Hospital ନିର୍ମାଣ, ୪୭ କୋଟି ଟଙ୍କା ବ୍ୟୟରେ ବାସୁଦେବପୁରର ଚୂଡାମଣୀରେ ବନ୍ଦର ନିର୍ମାଣ, ୪୧ କୋଟି ଟଙ୍କା ବ୍ୟୟରେ ପୁରୁଣା ବଜାରରୁ ଗୁଜିଦରତା ଭାୟା ମା’ଭଦ୍ରକାଳୀ ମନ୍ଦିର ରାସ୍ତା ନିର୍ମାଣ ଏବଂ ୨୭ କୋଟି ଟଙ୍କା ବ୍ୟୟରେ ଧାମରା ଜେଟି ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ସବୁ ପ୍ରକଳ୍ପଗୁଡିକ ମଧ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ସମ୍ପୃକ୍ତ ପଦାଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଡ଼ନ୍ତୁ......ଜାନୁଆରୀରେ ଓଡିଆ ବିଶ୍ଵ ବିଦ୍ୟାଳୟର ଉଦଘାଟନ, ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କଲେ 5ଟି ଅଧ୍ୟକ୍ଷ

ଏହା ପରେ ପାଣ୍ଡିଆନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ୨ଟି ଗୁରୁତ୍ୱପୂର୍ଣ୍ଣ ସେତୁ ଓ ଗୋଟିଏ ରେଳ ଓଭରବ୍ରିଜ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଗୁଡିକ ହେଲା ଚାନ୍ଦବାଲିର ଧାନକଣିଆରେ ୮୦ କୋଟି ଟଙ୍କା ବ୍ୟୟରେ ସାଳନ୍ଦି ନଦୀ ସେତୁ, ଭଣ୍ଡାରିପୋଖରୀ କେନ୍ଦୁଆପଦାରେ ରେଳ ଓଭରବ୍ରିଜ ନିର୍ମାଣ ଏବଂ ଚାନ୍ଦବାଲି ପଞ୍ଚୁଟିକିରିରେ ମନ୍ତେଇ ନଦୀ ଉପରେ ୫୨ କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ସେତୁ । ଏହି ସବୁ ପ୍ରକଳ୍ପ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଗତ ଜୁନ ୧୨ ତାରିଖରେ ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ ସମୟରେ ସ୍ଥାନୀୟ ବାସିନ୍ଦାମାନେ ଏହି ୩ଟି ପ୍ରକଳ୍ପପାଇଁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପଗୁଡିକୁ ମଞ୍ଜୁର ଦେବା ପରେ ଜନଶୁଣାଣି ଭିତ୍ତିରେ ଏହି ୩ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଉପରୋକ୍ତ ପ୍ରକଳ୍ପଗୁଡିକ ମଧ୍ୟରୁ ଅନେକ ପ୍ରକଳ୍ପ 5T ଅଧ୍ୟକ୍ଷଙ୍କ ଭଦ୍ରକ ଗସ୍ତ ସମୟରେ ଜନଶୁଣାଣିରେ ମିଳିଥିବା ପ୍ରସ୍ତାବ ଓ ମତାମତ ଭିତ୍ତିରେ ଆସିଥିଲା । ଏସବୁ କାର୍ଯ୍ୟକାରୀ କରାଯାଉଛି । ପାଣ୍ଡିଆନ ଆରଡି, ଅସୁରାଳି ଓ ଭଦ୍ରକ ମ୍ୟୁନିସିପାଲିଟି ଅଞ୍ଚଳରେ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ଆଲୋଚନା କରିବା ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ପତ୍ର ଗ୍ରହଣ କରି ସେସବୁର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 27, 2023, 10:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.