ଭଦ୍ରକ: କଶିଆ ସାମୁଦ୍ରିକ ଥାନାରେ ଲଙ୍କାକାଣ୍ଡ ଘଟଣା । ଗିରଫଦାରୀ ଭୟରେ ଗାଁ ଛାଡିଲେ ଲୋକେ । କେତେକ ଗ୍ରାମବାସୀ ବାହାର ରାଜ୍ୟକୁ ପଳେଇ ଯାଇଥିବାବେଳେ ଆଉ କିଛି ଗାଁ ଛାଡ଼ି ଅନ୍ୟତ୍ର ଆତ୍ମଗୋପନ କରିଥିବା ସୂଚନା ମିଳିଛି । ଫଳରେ ପୁରା ଗାଁ ମହିଳା ଓ ପୁରୁଷଶୂନ୍ୟ ହୋଇଯାଇଛି ।
ଭଦ୍ରକ ଜିଲ୍ଲା ବାସୁଦେବପୁର ସାମୁଦ୍ରିକ ଥାନାରେ ସ୍ଥାନୀୟ ଗ୍ରାମବାସୀଙ୍କ ଲଙ୍କାକାଣ୍ଡ ପରେ ବିନୋବଭାବେଗାଁ ଶୂନସାନ ହୋଇଥିବା ଦେଖିବାକୁ ମିଳିଛି। ଗାଁରେ ପ୍ରାୟ ଅନେକ ଘରେ ତାଲା ଝୁଲୁଥିବାବେଳେ ଗାଁ ସାରା ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି । ଗାଁରେ କେବଳ ବୃଦ୍ଧବୃଦ୍ଧା ଏବଂ ଛୋଟ ପିଲାଙ୍କୁ ଛାଡି ଦେଲେ ଆଉ କେହି ମହିଳା କି ପୁରୁଷଙ୍କୁ ଦେଖିବାକୁ ମିଳିନାହିଁ ।
ତେବେ କଶିଆ ସାମୁଦ୍ରିକ ଥାନାରେ ଭଙ୍ଗାରୁଜା ଘଟଣା ପରେ ପୋଲିସ ବିନୋବଭାବେ ନଗର ଗାଁରୁ 48 ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ