ETV Bharat / state

ଫାଇଲ ମଧ୍ଯରେ ଭଦ୍ରକ ସହରର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା - baBhadrak's traffic control system

ଭଦ୍ରକ ଜିଲ୍ଲା ଗଠନକୁ 26ବର୍ଷ ବିତିଗଲାଣି । କିନ୍ତୁ ଏତେ ବର୍ଷ ପରେ ବି ସୁଧୁରିପାରିନି ଭଦ୍ରକ ସହରର ଟ୍ରାଫିକ ବ୍ୟବସ୍ଥା । ଦେଖିବାକୁ ଗଲେ ଏହି ସହର ଉପରେ 3ଟି ପଡୋଶୀ ଜିଲ୍ଲାର ଲୋକ ନିର୍ଭର କରିଥାନ୍ତି । ଆଜି ଯାଏଁ ଭଦ୍ରକ ସହରରେ ଏକ ଟ୍ରାଫିକ ଥାନା ପ୍ରତିଷ୍ଠା ହୋଇପାରିଲା ନାହିଁ । ଏହି ପରିସ୍ଥିତିରେ କୌଣସି ଉପାୟ ନଥିବାରୁ ଜିଲ୍ଲା ପୋଲିସ ସହାୟତାରେ ଚାଲିଛି ସହରର ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଫାଇଲ ମଧ୍ଯରେ ଭଦ୍ରକ ସହରର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା

author img

By

Published : Oct 1, 2020, 4:01 PM IST

ଭଦ୍ରକ: 2505 ବର୍ଗ କି.ମି.କ୍ଷେତ୍ରଫଳରେ ପରିବ୍ୟାପ୍ତ ଭଦ୍ରକ ଜିଲ୍ଲା । ଏହି ଜିଲ୍ଲା ଗଠନକୁ 26ବର୍ଷ ବିତିଗଲାଣି । କିନ୍ତୁ ଏତେ ବର୍ଷ ପରେ ବି ସୁଧୁରିପାରିନି ଭଦ୍ରକ ସହରର ଟ୍ରାଫିକ ବ୍ୟବସ୍ଥା । ଦେଖିବାକୁ ଗଲେ ଏହି ସହର ଉପରେ 3ଟି ପଡୋଶୀ ଜିଲ୍ଲାର ଲୋକ ନିର୍ଭର କରିଥାନ୍ତି । ତେଣୁ ପ୍ରତ୍ୟେକ ଦିନ ଏହି ଅଞ୍ଚଳମାନଙ୍କରେ ଶତାଧିକ ଲୋକ ଯାତାୟତ କରିଥାନ୍ତି । କିନ୍ତୁ ଏହି ଅଞ୍ଚଳର ରାସ୍ତା ଗୁଡ଼ିକ ସଂକୀର୍ଣ୍ଣ ଥିବାରୁ ଯାତାୟତ ସମୟରେ ବାଇକ ଚାଳକ ଓ ପଥଚାରୀମାନେ ଟ୍ରାଫିକ ଜନିତ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

30ଟି ୱାର୍ଡ଼କୁ ନେଇ ଗଠିତ ହୋଇଛି ଭଦ୍ରକ ସହରାଞ୍ଚଳ । ବିଶେଷକରି ବନ୍ତ ଛକ, ଚରମ୍ପା ବଜାର, କଚେରୀ ବଜାର, ଅପର୍ତ୍ତିବିନ୍ଧା ଛକ, ବାଇପାସ, ରାଜଘାଟ ଛକରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ତେବେ ଟ୍ରାଫିକ ବ୍ୟବସ୍ଥାର ସୁଧାର ପାଇଁ ବନ୍ତ ଛକ ବସଷ୍ଟାଣ୍ଡ ନିକଟରେ ୨୦୧୨ ମସିହାରେ ଏକ ଟ୍ରାଫିକ ବିଟ ହାଉସ ପ୍ରତିଷ୍ଠା ହୋଇଥିଲା । କିନ୍ତୁ ଏହି ବିଟ ହାଉସରେ କୌଣସି ସମୟରେ ଟ୍ରାଫିକ କର୍ମଚାରୀ ରୁହନ୍ତି ନାହିଁ । ସେଠାରେ ତାଲା ଝୁଲୁଥିବା ପରିଲକ୍ଷିତ ହୋଇଥାଏ । ଏହାର ସୁଯୋଗ ଉଠେଇ ବିଟ ହାଉସ ସମ୍ମୁଖ ଅଞ୍ଚଳକୁ କିଛି ଫଳ ବେପାରୀଙ୍କ ନିଜ କବଜାକୁ ନେଇଯାଇଛନ୍ତି । ଏଥିସହ ଆଜି ଯାଏଁ ଭଦ୍ରକ ସହରରେ ଏକ ଟ୍ରାଫିକ ଥାନା ପ୍ରତିଷ୍ଠା ହୋଇପାରିଲା ନାହିଁ । ଏହିପରି ବିପର୍ଯ୍ୟସ୍ତ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଯୋଗୁଁ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ତୁରନ୍ତ ଏକ ଟ୍ରାଫିକ ଥାନା ପ୍ରତିଷ୍ଠା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ଫାଇଲ ମଧ୍ଯରେ ଭଦ୍ରକ ସହରର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା

ଦିନକୁଦିନ ସହରରେ ଗାଡି ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇଛି । ହେଲେ ଅନୁରୂପ ଭାବେ ରାସ୍ତା ଘାଟରେ ଉନ୍ନତି ଆସି ନାହିଁ । ବହୁ ସ୍ଥାନରେ ଜବରଦଖଲ ମଧ୍ୟ ଟ୍ରାଫିକ ସମସ୍ୟାକୁ ଉତ୍କଟ କରିଛି । ଅନୁରୂପ ସହର ମଧ୍ୟରେ ଶହଶହ ସଂଖ୍ୟାରେ ଗୋରୁଗାଈ ପରିସ୍ଥିତିକୁ ଅଧିକ ଜଟିଳ କରୁଛନ୍ତି । ଫଳରେ ସହରର ବିଭିନ୍ନ ଛକରେ ଏବେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ରାଜପଥରେ ଜେବ୍ରା କ୍ରସିଂ, ପ୍ରତି ଛକରେ ଅଟୋମେଟେଡ଼େ ସିଗନାଲ୍‌ର ବ୍ୟବସ୍ଥା ପାଇଁ ପୂର୍ବରୁ ସାଂସଦ ପ୍ରସ୍ତାବ ଦେଇଥିଲେ ମଧ୍ୟ ମଞ୍ଜୁରୀ ମିଳି ନାହିଁ ।

ତେବେ ଏହି ପରିସ୍ଥିତିରେ କୌଣସି ଉପାୟ ନଥିବାରୁ ଜିଲ୍ଲା ପୋଲିସ ସହାୟତାରେ ଚାଲିଛି ସହରର ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ । ବିଶେଷକରି ଗୃହରକ୍ଷୀ ଓ କେତେକ ତାଲିମପ୍ରାପ୍ତ କନେଷ୍ଟବଳଙ୍କୁ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟରେ ଲଗାଯାଇଛି । ଏହି ବ୍ୟବସ୍ଥାକୁ ନେଇ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ପୋଲିସ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସେପରି କୌଣସି ଠୋସ ପଦକ୍ଷେପ ନେଇପାରୁ ନାହିଁ । ତେବେ ଭଦ୍ରକ ସହରରେ ଟ୍ରାଫିକ ଥାନା ପ୍ରତିଷ୍ଠା ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି କହି ହାତ ଟେକି ଦେଇଛନ୍ତି ପୁଲିସ ଅଧିକାରୀ ।

ଭଦ୍ରକ ସହରାଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଧାରିବା ପାଇଁ ଦାବି କରୁଥିବା ଅଞ୍ଚଳବାସୀଙ୍କ କଥା ସରକାର କେବେ କର୍ଣ୍ଣପାତ କରୁଛନ୍ତି , ତାହା ଦେଖିବାକୁ ବାକି ରହିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.