ETV Bharat / state

କାର୍ତ୍ତିକ ପୂର୍ବରୁ ପରିବା ବଜାରରେ ମହଙ୍ଗା ମାଡ, ଚିନ୍ତାରେ ଖାଉଟି

ଆକାଶ ଛୁଆଁ ପରିବା ଦର । ପିଆଜ କିଲୋ ପିଛା ୫୦ ଟଙ୍କାରେ ମିଳୁଥିବାବେଳେ ୮୦ ଟଙ୍କା ବିନ୍ କିଲୋ । କାର୍ତ୍ତିକ ମାସ ନ ଆସୁଣୁ ପରିବା ବଜାରରେ ଲାଗିଛି ନିଆଁ । ସେପଟେ ଦରଦାମ୍ ବୃଦ୍ଧି ନେଇ ଚିନ୍ତାରେ ଖାଉଟି । ଅଧିକ ପଢନ୍ତୁ...

author img

By

Published : Oct 20, 2021, 5:10 PM IST

ପରିବା ବଜାରରେ ନିଆଁ, ଚିନ୍ତାରେ ଖାଉଟି
ପରିବା ବଜାରରେ ନିଆଁ, ଚିନ୍ତାରେ ଖାଉଟି

ଭଦ୍ରକ: ରାଜ୍ୟରେ ବଢି ଚାଲିଛି ଦରଦାମ୍ । ପେଟ୍ରୋଲ ଡିଜେଲ ଦରରେ ନିଆଁ ଲାଗିଥିବାବେଳେ ଏବେ ଆକାଶ ଛୁଆଁ ପରିବା ଦର । କେବଳ କଟକ ଓ ଭୁବନେଶ୍ବର ଭଳି ସହରରେ ନୁହେଁ ଗାଁ ଗଣ୍ଡା ହାଟରେ ମଧ୍ୟ ଉଚ୍ଚା ଦରରେ ମିଳୁଛି ସବୁଜ ପରିବା । ସ୍ଥିତି ଏମିତି କି ଏବେ ହାଣ୍ଡିଶାଳରୁ ସବୁଜ ପରିବା ଉଭେଇବାକୁ ବସିଲାଣି । ଗୋଟିଏ ଗରୀବ ପରିବାରରେ ପନିପରିବା ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଗଣା ହେଉଥିବାବେଳେ ଏଭଳି ଦରଦାମ୍ ଲୋକଙ୍କୁ ହନ୍ତସନ୍ତ କରୁଛି ।

କାର୍ତ୍ତିକ ପୂର୍ବରୁ ପରିବା ବଜାରରେ ମହଙ୍ଗା ମାଡ, ଚିନ୍ତାରେ ଖାଉଟି

ଭଦ୍ରକ ଜିଲ୍ଲାର ସହର ଠୁ ଆରମ୍ଭ କରି ଗାଁ ଗଣ୍ଡାରେ ମଧ୍ୟ ସମାନ ସ୍ଥିତି । ପିଆଜ କିଲୋ ପିଛା ୫୦ ଟଙ୍କାରେ ମିଳୁଥିବା ବେଳେ କଲରା କେଜି ପିଛା ୭୦ ଟଙ୍କା, ଧଣିଆ ପତ୍ର କେଜି ପିଛା 150 ଟଙ୍କା, ଶିମଲା ଲଙ୍କା 300, ବିନ୍ 80 ଟଙ୍କା ଓ ବାଇଗଣ, ଟମାଟୋ, ଭେଣ୍ଡି, ପୋଟଳ, କାଙ୍କଡ, ଗାଜର, କଲରା, ଝୁଡଙ୍ଗ କିଲୋ ପିଛା 50 ରୁ 130 ଟଙ୍କାରେ ବିକ୍ରି ହେଉଛି । ସେହିପରି ଫୁଲ କୋବି, ବନ୍ଧା କୋବି କିଲୋ 50 ରୁ 80 ଟଙ୍କାରେ ମିଳୁଥିବାବେଳେ କୁନ୍ଦୁରି 40 ଟଙ୍କା, କଲରା 70 ଟଙ୍କା, ଲଙ୍କା 100, ସଜନା ଛୁଇଁ 120 ଟଙ୍କାରେ ବିକ୍ରି ହେଉଛି । ଦିନେ ୨୦୦ ଟଙ୍କାରେ ଫୁଲ୍ ହେଉଥିବା ବ୍ୟାଗ୍ ଏବେ ୫୦୦ ଟଙ୍କାରେ ମଧ୍ୟ ଭର୍ତ୍ତି ହେଉନି । କେଜିଏ ଜାଗାରେ ବର୍ତ୍ତମାନ ୨୫୦ ଗ୍ରାମ କିଣୁଛନ୍ତି ସାଧାରଣ ଲୋକେ ।

ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ବନ୍ୟା, ରାଜ୍ୟରେ ପନିପରିବା ଚାଷ ଉଜାଡି ଦେଇଛି । ତେଣୁ ସ୍ଥାନୀୟ ଆମଦାନୀ ବି ଠପ୍ । ବାଧ୍ୟ ହୋଇ ଅନ୍ୟ ଜିଲ୍ଲା ତଥା ରାଜ୍ୟ ବାହାରୁ ଚଢା ଦରରେ ଆମଦାନୀ କରୁଛନ୍ତି ପରିବା ବ୍ୟବସାୟୀ । ଯେଉଁ କାରଣରୁ ରାଜ୍ୟରେ ପରିବା ଦାମ୍ ଅଧିକ ରହିଥିବା ବ୍ୟବସାୟୀ କହିଛନ୍ତି । ତେବେ ଏହି ଦରଦାମରେ ପ୍ରଭାବ ବେଶି ପଡଛି ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀର ହାଣ୍ଡିଶାଳରେ । ଦିନକୁ ୨୦୦-୩୦୦ ଟଙ୍କା କମାଉଥିବା ଦିନ ମଜୁରିଆ ପାଇଁ ବାଇଗଣ ଟମାଟୋ ୫୦ ରୁ ୧୦୦ ଟଙ୍କାରେ କିଣିବା ମୁସ୍କିଲ ହୋଇଯାଇଛି । କେବଳ ସାଧାରଣ ଖାଉଟି ନୁହେଁ, ହୋଟେଲ ବ୍ୟବସାୟୀଙ୍କୁ ମଧ୍ୟ କନ୍ଦାଉଛି ପରିବା ଦର ।

ସେପଟେ ବର୍ଦ୍ଧିତ ପରିବା ଦର ମାଡରେ ଖାଉଟି ଘାଇଲା ହୋଇଥିବା ବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ । ଏହି ଦରଦାମ୍ ନିୟନ୍ତ୍ରଣ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଖାଉଟି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.