ଭଦ୍ରକ: ଜିଲ୍ଲା ଗସ୍ତରେ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ଶାନ୍ତନୁ ଠାକୁର । ଧାମରାରେ ଆୟୋଜିତ ପ୍ରଭାବୀ ମତଦାତା ସମ୍ମିଳନୀରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଶାନ୍ତନୁ ଠାକୁରଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧାମରା ବନ୍ଦରକୁ ଯାଇ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହାପରେ ପ୍ରଭାବୀ ମତଦାତା ସମ୍ମିଳନୀରେ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ ।
ଆସନ୍ତା 2024 ନିର୍ବାଚନରେ ଓଡ଼ିଶାର ବିଜେପି ଲୋକସଭା ଓ ବିଧାନସଭା ଆସନ କିପରି ଅଧିକ ଜିତିବ ସେନେଇ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ମନ୍ତ୍ରୀ । ଉପସ୍ଥିତ ବିଜେପି କର୍ମକର୍ତ୍ତାମାନେ ମନ୍ତ୍ରୀଙ୍କ ପାଖରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଅନୁଷ୍ଠିତ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ଗୋଲକ ନାୟକ, ମନମୋହନ ସାମଲ, ଅଭିମନ୍ୟୁ ସେଠିଙ୍କ ସମେତ ବିଜେପି ଭଦ୍ରକ ଜିଲ୍ଲାର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭଦ୍ରକ