ETV Bharat / state

ଟ୍ରକ ଧକ୍କାରେ ଦୁଇ ମୃତ, ପ୍ରତିଶୃତି ପରେ ପ୍ରତ୍ୟାହୃତ ହେଲା ରାସ୍ତା ରୋକ

author img

By

Published : Dec 20, 2022, 9:29 AM IST

Updated : Dec 20, 2022, 12:23 PM IST

ମିଳିଲା ପ୍ରତିଶୃତି । ପ୍ରତ୍ୟାହୃତ ହେଲା ରାସ୍ତା ରୋକ । ଟ୍ରକ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁକୁ ନେଇ ହୋଇଥିଲା ସୁରୁବାଲି ରାସ୍ତାରେ ଆନ୍ଦାେଳନ । ଅଧିକ ପଢ଼ନ୍ତୁ

Road accident in Kandhamal
Two young man dies after truck hits
Two young man dies after truck hits

ଫୁଲବାଣୀ : ପ୍ରଶାସନର ପ୍ରତିଶୃତି ପାଇବାପରେ ଦୀର୍ଘ ତିନି ଘଣ୍ଟା ପରେ ହଟିଲା ରାସ୍ତାରୋକ । ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ବୁଲାଣି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଦ୍ବୟ ହେଲେ ବଡ଼ଗାଁ ଅଞ୍ଚଳର ରାକେଶ ମଲ୍ଲିକ ଓ ଅଚ୍ୟୁତାନନ୍ଦ ନାୟକ ।

ଗତକାଲି(ରବିବାର) ରାତି ପ୍ରାୟ ୧୦ଟା ସମୟରେ ବଡ଼ଗାଁ ଅଞ୍ଚଳର ଦୁଇ ଜଣ ଯୁବକ ରାକେଶ ଓ ଅଚ୍ୟୁତାନନ୍ଦ ମହାସିଙ୍ଗିଆଡୁ ବାଲିଗୁଡ଼ା ଅଭିମୁଖେ ବାଇକ ଯୋଗେ ଯାଉଥିଲେ । ସୁରୁବାଲି ଗାଁ ନିକଟ ବୁଲାଣି ରାସ୍ତାରେ ଏକ ଟ୍ରକ ଆଗପଟରୁ ଆସି ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ଦୁଇ ଯୁବକ ବାଇକ ସହ ବହୁ ଦୂରକୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ଏହାଦେଖି ଗୁରୁତର ଅବସ୍ଥାରେ ୨ଯୁବକଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ ।

ଖବରପାଇ ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ସମ୍ପୃକ୍ତ ଠିକା ସଂସ୍ଥା ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବାପରେ ଦୀର୍ଘ ତିନି ଘଣ୍ଟା ପରେ ହଟିଥିଲା ରାସ୍ତାରୋକ।

ଇଟିଭି ଭାରତ, କନ୍ଧମାଳ

Last Updated : Dec 20, 2022, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.