ETV Bharat / state

ଟିକା ନେଇ 2 ମାସ ଶିଶୁର ମୃତ୍ୟୁ !

author img

By

Published : Jul 15, 2021, 9:11 AM IST

ଟିକା ନେଇ ଦୁଇ ମାସ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଭଦ୍ରକରୁ । ଅଧିକ ପଢନ୍ତୁ...

It is alleged that the baby died two months after being vaccinated in bhadrak
ଟିକା ନେଇ 2 ମାସ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ

ଭଦ୍ରକ: ଟିକା ନେଇ ଦୁଇ ମାସ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ । ଯାହାକୁ ନେଇ ମୃତ ଶିଶୁର ପରିବାର ଲୋକେ ମେଡିକାଲରେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,ଭଦ୍ରକ ଜିଲ୍ଲା ବାଣୀତିଆ ପଞ୍ଚାୟତ ମୁକ୍ତାପଦି ଗାଁର ଏକ ପରିବାର ନିଜ ଶିଶୁକୁ ଏକାସଙ୍ଗେ 3 ଟିକା ଦେଇଥିଲେ ।

ଜନ୍ମ ରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଯେଉଁ ଟିକା ଦିଆଯାଏ ସେହି ଟିକା ଶିଶୁକୁ ଦିଆଯାଇଥିଲା । ଏକକାଳୀନ 3ଟି ଟିକା ଯଥା OPV-1, DPT-1 ଓ ହେପିଟାଇଟିସ ବି-1 ଦିଆଯାଇଥିଲା । ଟିକା ନବାର କିଛି ସମୟ ପରେ ଶିଶୁଟି ଅସୁସ୍ଥ ହୋଇପଡିଥିଲା । ପରେ ପରିବାର ସଦସ୍ୟ ପିଲାଟିକୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି ।

ତେବେ ଟିକା ଦେବାରେ ଅବହେଳା ହୋଇଥିବା ଅଭିଯୋଗ ନେଇ ପରିବାର ଲୋକେ ଧାରଣାରେ ବସିଛନ୍ତି । ଭଦ୍ରକ ଟାଉନ ପୋଲିସ ପହଞ୍ଚି ବୁଝାସୁଝା କରୁଛି । ଏନେଇ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.