ଭଦ୍ରକ: ତିହିଡିରେ ନାଗରିକତା ଆଇନ ସଂଶୋଧନକୁ ସ୍ବାଗତ କରି ଶୋଭାଯାତ୍ରା । ନାଗରିକତା ସଂଶୋଧନ ଆଇନ୍ ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା ସପକ୍ଷରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ପୁରୁଣା ବଜାରସ୍ଥିତ କାଳୀମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗାଁ ଗଣ୍ଡା ଦେଇ ବିନ୍ଧାବଜାର ପର୍ଯ୍ୟନ୍ତ ଯାଇଥିଲା ।
ଏଥିରେ ବଜରଙ୍ଗ ଦଳ, ଆରଏସଏସ ଓ ବିଶ୍ବ ହିନ୍ଦୁ ପରିଷଦର ଶହ ଶହ କର୍ମୀ ଯୋଗ ଦେଇଥିଲେ। ବଜରଙ୍ଗ ଦଳର ଜିଲ୍ଲା ସୁରକ୍ଷା କମିଟିର ସଭାପତି ଜୟପ୍ରକାଶ ପତି, ଦେବାଶିଷ ନାୟକ, ବୈଦନାଥ ସେନାପତି, ସୁଶାନ୍ତ ସାହୁ ପ୍ରମୁଖ ଶତାଧିକ ଯୁବପୀଢି ଏଥିରେ ସାମିଲ ହୋଇଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ