ETV Bharat / state

ପିଲାଙ୍କୁ ସୋୟାବିନ ଶିକ୍ଷକଙ୍କ ଚିଙ୍ଗୁଡି ତରକାରୀ ଖାଇବା ଘଟଣା, ବ୍ଲକ ଶିକ୍ଷାଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ

ଭଦ୍ରକ ଜିଲ୍ଲା ସରସ୍ବତୀ ନୋଡାଲ ସ୍କୁଲ ପରିସରରେ ଶିକ୍ଷକ ଶିକ୍ଷୟିତ୍ରୀ ଚିଙ୍ଗୁଡି ତରକାରୀ ଖାଇବା ଘଟଣା । କ୍ଷେତ୍ରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ବ୍ଲକ ଶିକ୍ଷାଧିକାରୀ । ଅଧିକ ପଢନ୍ତୁ

author img

By

Published : Jul 26, 2022, 8:18 AM IST

ପିଲାଙ୍କୁ ସୋୟାବିନ ଶିକ୍ଷକଙ୍କ ଚିଙ୍ଗୁଳି ତରକାରୀ ଖାଇବା ଘଟଣା, ବ୍ଲକ ଶିକ୍ଷାଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ଼

ଭଦ୍ରକ: ଜିଲ୍ଲାର ଚାନ୍ଦବାଲୀ ବ୍ଲକ ସରସ୍ବତୀ ନୋଡ଼ାଲ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସୋୟାବିନ ତରକାରୀ ଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୁରି ଭୋଜନ । ସ୍କୁଲ ପରିସରରେ ଶିକ୍ଷକମାନେ ଚିଙ୍ଗୁଡ଼ି ମାଛ ଖାଇବା ଘଟଣାରେ ତତ୍ପରତା ପ୍ରକାଶ କରିଛି ବିଭାଗ । ଘଟଣାର କ୍ଷେତ୍ରୀୟ ତଦନ୍ତ କରିବା ସହିତ ରିପୋର୍ଟ ଦାଖଲ କରିବାକୁ ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ସିଆରସିସିଙ୍କୁ ନିର୍ଦ୍ଦେଶ ହୋଇଛି । ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ପରିସରରେ ଚିଙ୍ଗୁଡ଼ି ମାଛ ଖାଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଚାନ୍ଦବାଲି ବ୍ଲକ କରଞ୍ଜମାଳ ସ୍ଥିତ ସରସ୍ବତୀ ନୋଡାଲ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସୋୟାବିନ ତରକାରୀ ଦିଆଯାଇଥିଲା ଏବଂ ଶିକ୍ଷକମାନେ ଚିଙ୍ଗୁଡି ମାଛ ଝୋଳ ଖାଉଥିଲେ । ଅଭିଭାବକ ମହଲ ଏହାର ପ୍ରତିବାଦ କରିବାରୁ ସଂପୃକ୍ତ ଶିକ୍ଷକ ଶିକ୍ଷୟତ୍ରୀ ପାଲଟା ଜବାଦ ମଧ୍ୟ ଦେଇଥିଲେ । ''ଆମେ ଖାଇଲେ ସିନା ପିଲାମାନଙ୍କୁ ପାଠ ପଢାଇବୁ'' ବୋଲି କହି ଘଟଣାକୁ ଏଡେଇ ଦେଇଥିଲେ ।

ତେବେ ଏହାର ଭିଡିଓ ଉତ୍ତୋଳନ କରି ସଂପୃକ୍ତ ଅଭିଭାବକ ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଓ କହିଥିଲେ "ଶିକ୍ଷାଦାନକୁ ଆଜିର ଦିନରେ ସମ୍ମାନ ଦିଆଯାଇଥାଏ । ଏଥିରେ ନିୟୋଜିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଗୁରୁ ବୋଲି ସମ୍ବୋଧନ କରାଯାଇଥାଏ । ହେଲେ ଏହି ଗୁରୁ ଯେ ଏପରି ବେଆଇନ କାର୍ଯ୍ୟ କରିବେ, ତାହା କେବେ ଆଶା କରାନଯାଏ ।" ଏହି ଘଟଣା ପିଲାମାନଙ୍କ ପ୍ରତି ମାନସିକ ନିର୍ଯାତନା ବୋଲି ଅଭିଯୋଗ ହୋଇଥିଲା । ଅଭିଭାବକ ମାନେ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.