ଭଦ୍ରକ: କୋମଳମତି ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦେବା ମହଙ୍ଗା ପଡିଲା ଶିକ୍ଷୟତ୍ରୀଙ୍କୁ । ଧାମନଗର ବ୍ଲକ ଅନ୍ତର୍ଗତ ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସାଗରିକା ରାଉତ ନିଲମ୍ବିତ।
ସୂଚନାନୁଯାୟୀ, ସାମାନ୍ୟ କୌଣସି ଘଟଣାକୁ କେନ୍ଦ୍ର କରି ମଧ୍ୟାହ୍ନ ଭୋଜନ ସମୟରେ ବିଦ୍ୟାଳୟର ଛୋଟଛୋଟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏହାକୁ ନେଇ ଉକ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀ ତିନୋଟି ପିଲାଙ୍କୁ ବିଦ୍ୟାଳୟ ପରିସରରେ କାନ ଧରି ଆଣ୍ଠେଇ ଦେଇଥିବା ଭିଡିଓ ସାମ୍ନାକୁ ଆସିଥିଲା । ଏନେଇ ବିଭାଗୀୟ ଅଧିକାରୀ ଖବର ପାଇବା ପରେ, ଧାମନଗର ବ୍ଳକ ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ସହକାରୀ ଶିକ୍ଷୟତ୍ରୀ ସାଗରିକା ରାଉତଙ୍କୁ ନିଲମ୍ବିତ କରିଥିବା ଆମକୁ ଫୋନ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ