ETV Bharat / state

ସ୍ମାର୍ଟ ସ୍କୁଲରେ ଶିକ୍ଷକ ଅଭାବ - ଭଦ୍ରକ ସ୍ମାର୍ଟ ସ୍କୁଲ

5T କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାରେ 17ଟି ରୂପାନ୍ତରୀତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ ହୋଇଯାଇଛି। ମାତ୍ର ଏହି ବିଦ୍ୟାଳୟ ଗୁଡିକର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କର ଅଭାବ ନେଇ ପାଠପଢାରେ ବ୍ୟତିକ୍ରମ ଦେଖା ଦେଇଛି । ଅଧିକ ପଢନ୍ତୁ

5T ଅନ୍ତର୍ଗତ ରୂପାନ୍ତରଣ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି

author img

By

Published : Nov 20, 2021, 11:52 AM IST

ଭଦ୍ରକ: 5T କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାରେ 17ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ ହୋଇଯାଇଛି । ତେବେ ଏହି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ହେବାର ମୁଖ୍ୟ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବା । ଏନେଇ 5T ରୂପାନ୍ତରିତ ବିଦ୍ୟାଳୟରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ୍, ବଗିଚା, ବିଜ୍ଞାନଗାର, ଜଳ ଓ ପରିମଳ, ନୂତନ ପାଇଖାନା ଓ ଖେଳ ପଡିଆ ଆଦି ଭିତ୍ତିଭୂମିର ବିକାଶ ହୋଇଛି । ମାତ୍ର ଏହି ବିଦ୍ୟାଳୟ ଗୁଡିକର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କର ଅଭାବ ନେଇ ପାଠ ପଢାରେ ବ୍ୟତିକ୍ରମ ଦେଖା ଦେଇଛି । ତେଣୁ 5T ରୂପାନ୍ତରିତ ବିଦ୍ୟାଳୟରେ ଆବଶ୍ୟକ ସବୁ ପଦବୀ ପୂରଣ କରିବା ସହିତ ବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ସୁଦୃଢ କରିବା ଲାଗି ସାଧାରଣରେ ଦାବି ଜୋର ଧରିଛି । ଆଉ ଏହାକୁ ସ୍ବୀକାର କରିଛନ୍ତି ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର।

5T ଅନ୍ତର୍ଗତ ରୂପାନ୍ତରଣ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟାୟକ୍ରମେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଭାବେ ଗେଷ୍ଟ ଫ୍ୟାକଲଟି ନିଯୁକ୍ତି ପାଇଁ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ମୋ ସ୍କଲ ଅଭିଯାନ ପକ୍ଷରୁ ଉଦ୍ୟମ କରାଗଲେ ମାଳି ଓ ରାତ୍ର ଜଗୁଆଳି ନିଯୁକ୍ତ କରାଯିବ ବୋଲି ମଧ୍ୟ କହିଛନ୍ତି।

ଭଦ୍ରକ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲୋକାର୍ପିତ ହୋଇଥିବା 17 ଗୋଟି ବିଦ୍ୟାଳୟ ମଧ୍ୟରୁ ଭଦ୍ରକ ବ୍ଲକରେ 4 ଟି ବିଦ୍ୟାଳୟ, ତିହିଡି ଓ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ 3 ଗୋଟି, ବନ୍ତ. ଭଣ୍ଡାରିପୋଖରୀ ଏବଂ ବାସୁଦେବପୁର ବ୍ଲକ 2 ଗୋଟି ଓ ଧାମନଗର ବ୍ଲକରେ ଗୋଟିଏ ସ୍କୁଲ ରହିଛି ।

ଭୁବନେଶ୍ବରରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.