ETV Bharat / state

ପିଲା ଚୋର ସନ୍ଦେହରେ ପୋଲିସକୁ ଜିମା ଦେଲେ ଗ୍ରାମବାସୀ

ଭଦ୍ରକରେ ଏବେ ଜୋର ଧରିଛି ପିଲା ଚୋର ଗୁଜବ । ତେବେ ଏନେଇ ଏକ ଅଜଣା ବ୍ୟକ୍ତିକୁ ପିଲା ଚୋର ସନ୍ଦେହରେ ପୋଲିସକୁ ଜିମା ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

author img

By

Published : Jan 26, 2021, 10:29 AM IST

ପିଲା ଚୋର ସନ୍ଦେହରେ ପୋଲିସକୁ ଜିମା ଦେଲେ ଗ୍ରାମବାସୀ
ପିଲା ଚୋର ସନ୍ଦେହରେ ପୋଲିସକୁ ଜିମା ଦେଲେ ଗ୍ରାମବାସୀ

ଭଦ୍ରକ: ଜିଲ୍ଲାରେ ଏବେ ଜୋର ଧରିଛି ପିଲା ଚୋର ଗୁଜବ । ଲୋକେ ସନ୍ଦେହରେ ଅଜଣା ଲୋକଙ୍କୁ ଦେଖିଲେ ଅଟକାଉଛନ୍ତି ଓ ବ୍ୟାଗ ଆଦି ଯାଞ୍ଚ କରୁଛନ୍ତି । ଏଭଳି ସ୍ଥିତି ଏବେ ପ୍ରାୟ ସବୁଠି ଦେଖିବାକୁ ମିଳିଥିବା ବେଳେ ଭଦ୍ରକ ଜିଲ୍ଲା ଆନନ୍ଦପୁର ରାସ୍ତାର ଓଲଙ୍ଗ ଛକ ନିକଟରେ ଦେଖିବାକୁ ମିଳିଛି ସମରୂପ ଘଟଣା ।

ଖବର ଅନୁଯାୟୀ ଜଣେ ବ୍ୟକ୍ତି ଛକ ନିକଟରେ ବସିଥିବା ବେଳେ ଲୋକେ ସନ୍ଦେହରେ ପଚରାଉଚରା କରିଥିଲେ । ସେ ତାଙ୍କ ଘର ଭୁବନେଶ୍ବର ଏବଂ ସେ ବହୁ ଦିନ ହେଲା ଗାଁ ଗାଁ ବୁଲି ଭିକ୍ଷା କରି ଚଳୁଥିଲେ ବୋଲି କହିଥିଲେ। କିନ୍ତୁ ଲୋକେ ସନ୍ଦେହରେ ତାଙ୍କୁ ଘେରାଉ କରି ତାଙ୍କ ବ୍ୟାଗ ଯାଞ୍ଚ କରିଥିବା ବେଳେ ତାଙ୍କ ବ୍ୟାଗରୁ ଚକଲେଟ ଓ ସ୍ନାକ୍ସ ପ୍ୟାକେଟ ବାହାରିଥିଲା । ପରେ ପୋଲିସ ପହଞ୍ଚି ସେହି ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.