ETV Bharat / state

ଭଦ୍ରକରେ ସ୍ୱୟଂ ସହାୟକ ଗୋଷ୍ଠୀ ବିବାଦ, ବ୍ଲକ ପରିସରରେ ବିକ୍ଷୋଭ ପ୍ରଦର୍ଶନ - Ssg group dispute in Bhadrak

ପଞ୍ଚାୟତର ମହିଳା ମହାସଂଘ କାର୍ଯ୍ୟକାରୀ ପରିଷଦର କାର୍ଯ୍ୟକାଳ ଗତ ଦୁଇ ବର୍ଷ ହେବ ସମ୍ପୂର୍ଣ୍ଣ ହୋଇଯାଇଥିଲେ ମଧ୍ୟ ମାଷ୍ଟର ବୁକ୍‌ କିପରଙ୍କ ଦ୍ୱାରା ଉକ୍ତ କମିଟି କାର୍ଯ୍ୟକାରୀ କରାଯାଉଅଛି । ଯାହାକୁ ନେଇ ମହିଳାଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଭଦ୍ରକରେ ସ୍ୱୟଂ ସହାୟକ ଗୋଷ୍ଠି ବିବାଦ
ଭଦ୍ରକରେ ସ୍ୱୟଂ ସହାୟକ ଗୋଷ୍ଠି ବିବାଦ
author img

By

Published : Sep 25, 2020, 9:33 AM IST

ଭଦ୍ରକ: ଜିଲ୍ଲା ତିହିଡି ବ୍ଲକ ତାଳପଦା ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପକ୍ଷରୁ ବ୍ଲକ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ବ ମହିଳା ପ୍ରଶାସନ ବିରୋଧରେ ନାରାବାଜି କରିବା ସହିତ ସ୍ଲୋଗାନ ଦେଇଥିଲେ । ପଞ୍ଚାୟତର ମହିଳା ମହାସଂଘ କାର୍ଯ୍ୟକାରୀ ପରିଷଦର କାର୍ଯ୍ୟକାଳ ଗତ ଦୁଇ ବର୍ଷ ହେବ ସମ୍ପୂର୍ଣ୍ଣ ହୋଇଯାଇଥିଲେ ମଧ୍ୟ ମାଷ୍ଟର ବୁକ୍‌ କିପରଙ୍କ ଦ୍ୱାରା ଉକ୍ତ କମିଟି କାର୍ଯ୍ୟକାରୀ କରାଯାଉଅଛି । ଯାହାକୁ ନେଇ ମହିଳାଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ନୂତନ ମହିଳା ମହାସଂଘ ଗଠନ କରିବା ଲାଗି ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା । ମାତ୍ର ଅତି ଚତୁରତା ସହ ବିନା ନୋଟିସରେ ମାଷ୍ଟର ବୁକ କିପର ଙ୍କ ଉଦ୍ୟମରେ ଗତ ୧୭.୯.୨୦ ତାରିଖରେ ମହାସଂଘର ଅଂଶ ଆଞ୍ଚଳିକ ମଞ୍ଚର କାର୍ଯ୍ୟକାରୀ ପରିଷଦ ଗଠନ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଉକ୍ତ ଘଟଣାର ସଭାରେ ଉପସ୍ଥିତ ଥିବା ମାଷ୍ଟର ବୁକ କିପର ଙ୍କ ପଚାରିବାରୁ ସେ ପ୍ରକଳ୍ପ ମ୍ୟାନେଜରଙ୍କ ମୌଖିକ ନିର୍ଦ୍ଦେଶ ମୁତାବକ ଗଠନ କରୁଥିବା ଉତ୍ତର ରଖିଥିଲେ ବୋଲି ଜଣାପଡିଛି । ଯାହାକୁ ନେଇ ଏହି ମହିଳାମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି ।

ସରକାରୀ ନିୟମକୁ କାର୍ଯ୍ୟକାରୀ କରିବା ଲାଗି ଦାବି କରାଯାଉଥିବା ବେଳେ ସେମାନଙ୍କୁ ଗାଳି ଗୁଲଜ କରିବା ସହିତ ଧକ୍କାମାରି କାର୍ଯ୍ୟାଳୟରୁ ତଡି ଦେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏଥିସହ ସେଠାରେ ବିଭିନ୍ନ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିଛି। ଏନେଇ ମହିଳା ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ବିଡିଓ ବସନ୍ତ କୁମାର ସାହାଣୀ ଓ ଓଡିଶା ଜୀବିକା ମିଶନର ବିପିଏମ ରଶ୍ମିତା ନାୟକଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ଯଥାଶିଘ୍ର ବିହୀତ ପଦକ୍ଷେପ ଗ୍ରହଣ କରନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଏହି ମହିଳାମାନେ ଚେତାବନି ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.