ETV Bharat / state

କାଳୀପୂଜା: ମା' ଭଦ୍ରକାଳୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜା, ବେଦମାତା ବେଶ ଦେଖି ଭାବବିହ୍ୱଳ ଭକ୍ତ - ବେଦମାତା ବେଶ

ଭଦ୍ରକ ସହର ଠାରୁ ମାତ୍ର ୯ କିଲୋମିଟର ଦୂର ପୁଣ୍ୟତୋୟା ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ମା' ଭଦ୍ରକାଳୀ ପୀଠ । ପୁରାଣ ପ୍ରସିଦ୍ଧ ଏହି ଶକ୍ତି ପୀଠ, କାଳୀ ପୂଜା ପାଇଁ ବେଶ ଚଳଚଞ୍ଚଳ । ଚଳିତ ମାସ ୨୪ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏଠାରେ ସ୍ବତନ୍ତ୍ର ପୂଜା ରୀତିନୀତି ଅନୁଷ୍ଠିତ ହେବ । ଆଜି ପ୍ରଥମ ଦିନରେ ମା' ଭକ୍ତଙ୍କୁ ବେଦମାତା ବେଶରେ ଦର୍ଶନ ଦେଇଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

କାଳୀପୂଜା: ମା' ଭଦ୍ରକାଳୀଙ୍କ ପୀଠରେ ସ୍ବତନ୍ତ୍ର ପୂଜା, ବେଦମାତା ବେଶ ଦେଖି ଭାବବିହ୍ବଳ ଭକ୍ତ

author img

By

Published : Oct 24, 2022, 8:53 PM IST

Updated : Oct 24, 2022, 9:09 PM IST

ଭଦ୍ରକ: ଶକ୍ତିସ୍ବରୂପିଣୀ, ପରମ ବୈଷ୍ଣବୀ ମା' ଭଦ୍ରକାଳୀ । ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ରୂପେ ବହୁ କାଳରୁ ମା' ପୂଜା ପାଇ ଆସୁଛନ୍ତି । ଆଜି ପବିତ୍ର କାଳୀପୂଜା ଅବସରରେ ଉତ୍ସବମୁଖର ହୋଇଉଠିଛି ଏହି ଶକ୍ତିପୀଠ । ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଆଜିଠୁ ୭ଦିନ ପର୍ଯ୍ୟନ୍ତ ମା' ଭଦ୍ରକାଳୀ ଭକ୍ତଙ୍କୁ ସପ୍ତମାତୃକା ବେଶରେ ଦର୍ଶନ ଦେବେ । ଆଜି ପ୍ରଥମ ଦିନରେ ବେଦମାତା ବେଶରେ (Bedamata besha of Maa Bhadrakali ) ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ।

କାଳୀପୂଜା: ମା' ଭଦ୍ରକାଳୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜା, ବେଦମାତା ବେଶ ଦେଖି ଭାବବିହ୍ୱଳ ଭକ୍ତ

ଆଜି ପବିତ୍ର କାଳୀପୂଜା ଅବସରରେ ମା' ଭଦ୍ରକାଳୀଙ୍କ ଶକ୍ତି ପୀଠ ଉତ୍ସବମୁଖର ହୋଇଉଠିଛି । ଆଜି ଠାରୁ ମାଆ ସାତ ଦିନ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆହାର ପଦା ଘାଟରୁ କଳସ ଯାତ୍ରା ପରେ ପୀଠରେ ଘଟ ସ୍ଥାପନ ସହ ଆରମ୍ଭ ହୋଇଛି ଶତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ବଶାନ୍ତି ମହାଯଜ୍ଞ।ଭୟ ହାରିଣୀ ମାଆ ଭଦ୍ରକାଳୀ । ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ମାଆ ଭଦ୍ରକାଳୀ ପୀଠ ପୁରାଣ ପ୍ରସିଦ୍ଧ । ପବିତ୍ର ଜଳରାଶି ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଏହି ପୀଠରେ ମାଆ ସଦାସର୍ବଦା ବିଶ୍ବମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ପରମ ବୈଷ୍ଣବୀ ମାଆ ଭଦ୍ରକାଳୀ ଆଜି ଠାରୁ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଶୁଭାଧୁବାସ, ମାନସିକ ଧାରୀ କଳସ ଶୋଭାଯାତ୍ରା, ଘଟସ୍ଥାପନ, ଶତଚଣ୍ଡୀ ପାଠ, ବିଶ୍ବ ଶାନ୍ତି ମହାଯଜ୍ଞ ସହ ଆରମ୍ଭ ହୋଇଛି ମାଆଙ୍କ ସପ୍ତଦିବସ ବ୍ୟାପୀ ବିଶେଷ ପୂଜା ରୀତିନୀତି । ପ୍ରଥମ ଦିନରେ ଆଜି ମା' ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ବେଶ ଦର୍ଶନ କଲେ ଦିବ୍ୟ ଜ୍ଞାନ ଅର୍ଜନ ସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ଏହି ପ୍ରସିଦ୍ଧ ଶକ୍ତି ପୀଠରେ କାଳିପୂଜାର ପରମ୍ପରା ବେଶ ନିଆରା । ସାତ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ରୀତିନୀତିର ପୂର୍ଣ୍ଣାହୁତି ଅକ୍ଟୋବର ୩୦ ତାରିଖରେ ହେବ । ଏନେଇ ଭକ୍ତ ବେଶ ଉତ୍ସାହିତ ହୋଇ ରହିଛନ୍ତି ।

ସେପଟେ ଚଳିତ ବର୍ଷ କୋରୋନା କଟକଣା ବିନା ପୂଜା ପାଳନ ହେଉଥିବାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏଣୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦାର କହିଛନ୍ତି, "ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ଏନେଇ ମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଥିଲା । ଟ୍ରାଫିକଠୁ ଆରମ୍ଭ କରି ଟଏଲେଟ ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇଛି ।"

ସାତ ଦିନରେ ବେଦମାତା, ମହାକାଳୀ, ରାଜ ରାଜେଶ୍ବରୀ, ସିଂହବାହିନୀ, ଜଗଧାତ୍ରୀ, ମହା ସରସ୍ବତୀ ଏବଂ ଶେଷରେ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ । ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ମାଆ ଭଦ୍ରକାଳୀ ପୀଠ ପୁରାଣ ପ୍ରସିଦ୍ଧ । ପବିତ୍ର ଜଳରାଶି ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଏହି ପୀଠରେ ମା'ଙ୍କ କାଳୀପୂଜା ବେଶ ନିଆରା ।

ଇଟିଭି ଭାରତ, ଭଦ୍ରକ

Last Updated : Oct 24, 2022, 9:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.