ETV Bharat / state

ଧାମରାରେ ପଣ୍ୟବାହୀ ଜାହାଜ, କୋରୋନା ଆକ୍ରାନ୍ତ ନେଇ କର୍ମଚାରୀ ଆତଙ୍କିତ

ଧାମରା ବନ୍ଦରରେ ଲାଗିଥିବା 2ଟି ପଣ୍ୟବାହୀରେ କୋରୋନା ଭାଇରସ ଆକ୍ରାନ୍ତ ଥିବା ନେଇ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଧିକ ପଢନ୍ତୁ...

author img

By

Published : Feb 20, 2020, 8:00 PM IST

ship stranded in Dhamara port, Corona virus fear triggers tension among crew member
ବନ୍ଦରରେ ପଣ୍ୟବାହୀ ଜାହାଜ, କରୋନା ଆକ୍ରାନ୍ତ ନେଇ କର୍ମଚାରୀ ଆତଙ୍କିତ

ଭଦ୍ରକ: ଧାମରା ବନ୍ଦରରେ ଲାଗିଲା 2ଟି ପଣ୍ୟବାହୀ ଜାହାଜ। ଜାହାଜରେ କୋରୋନା ଭାଇରସ ଆକ୍ରାନ୍ତ ଥିବା ନେଇ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏନେଇ କୌଣସି ପ୍ରକାର ଆତଙ୍କିତ ନହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଖବର ଅନୁଯାୟୀ, ହଂକଂରୁ ଏହି ଜାହାଜ ଦୁଇଟି ବାଂଲାଦେଶ ଚିତାଗଙ୍ଗ ହୋଇ ଆସି ବୁଧବାର ଧାମରା ବନ୍ଦରରେ ପହଞ୍ଚିଛି। ଦୁଇଟି ଜାହଜରେ ଥିବା ସମସ୍ତ ମୋଟ 44 ଜଣ କ୍ରିଉ ମେମ୍ବର ଚୀନର ହୋଇଥିବା ସୂଚନା ମିଳିଛି। ସେମାନଙ୍କ ନିକଟରେ ଇମିଗ୍ରେସନ ପାସ ନଥିବାରୁ ସେମାନଙ୍କୁ ଜାହାଜରୁ ଓହ୍ଲାଇବାକୁ ଦିଆଯାଇନାହିଁ। ହେଲେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି। ଏହାସହ ସେମାନେ କୋରୋନା ଭାଇରସ ସଂକ୍ରମିତ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର।

ତେବେ ଏହିପରି ବିଦେଶୀ ଜାହାଜ ଉପରେ ବନ୍ଦର କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ସାମନ୍ତରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.