ETV Bharat / state

ଭଦ୍ରକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ

author img

By

Published : Jul 24, 2022, 4:14 PM IST

ଟ୍ରକକୁ ପିଟିଲା ବାଇକ । ଚାଲିଗଲା ଦୁଇ ନିରୀହ ଜୀବନ । ଅଞ୍ଚଳରେ ପଡ଼ିଛି ଶୋକର ଛାୟା । ଅଧିକ ପଢ଼ନ୍ତୁ

ଭଦ୍ରକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ
ଭଦ୍ରକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ

ଭଦ୍ରକ : ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଗଦି ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ବୟ ହେଲେ ଚାନ୍ଦବାଲି ସତ୍ଯନଗର କଲୋନୀର ବିଜୟ ବାରିକଙ୍କ ପୁଅ ଚିନ୍ମୟ ବାରିକ ଓ ଆହାରପୁର ଗୋଲାଡିଆ ଗାଁର କିଶୋର ପଟ୍ଟନାୟକଙ୍କ ପୁଅ ତାପସ ପଟ୍ଟନାୟକ ।

ଉଭୟେ ସାଙ୍ଗ ହୋଇ ଗୋଟିଏ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ହେଲେ ହଠାତ୍ ଚାଳକ ଜଣକ ଭାରସାମ୍ଯ ହରାଇବାରୁ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଯେଉଁଥିରେ କି ଉଭୟେ ରାସ୍ତାରେ ଛିଟିକି ହୋଇ ପଡ଼ିଥିଲେ । ଏହାଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତିହିଡ଼ି ମେଡିକାଲରେ ଭର୍ତ୍ତି କରିଥିଲେ ।

ହେଲେ ସେଠାରେ ଡାକ୍ତର ଚିନ୍ମୟଙ୍କୁ ମୃତ ଘୋଷଣା କରିଥିବା ବେଳେ ତାପସଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାପସ ପଟ୍ଟନାୟକଙ୍କର ମୃତ୍ଯୁ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିଥିଲା । ପରେ ଏ ସମ୍ପର୍କରେ ପୀରହାଟ ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଛି । ଏହାସହ ଭଙ୍ଗାରୁଜା ବାଇକକୁ ଜବତ କରିଛି । ସେପଟେ ଦୁର୍ଘଟଣା ଘଟିବା ପରେ ଟ୍ରକ ଚାଳକ କେଉଁଆଡେ ଫେରାର୍ ହୋଇ ଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.