ETV Bharat / state

ଅଭିଶପ୍ତ ଗାଁ: କିଡନୀ ରୋଗରେ ଗଲାଣି ୧୦ରୁ ଅଧିକ ମୁଣ୍ଡ, ବଢୁଛି ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା

କିଡନୀ ରୋଗ ଆତଙ୍କରେ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସୁଡୃକୁମ୍ପା ପଞ୍ଚାୟତ ରାଣିପଥର ଗାଁ । ଏବେ ସୁଦ୍ଧା 10ଜଣଙ୍କ ଜୀନ ନେଲାଣି ଏହି ରୋଗ । ତେବେ ଏକ ଡାକ୍ତରୀ ଦଳ ସେଠାକୁ ଯାଇ ପାଣି ପରୀକ୍ଷା କରିବା ସହ କେଉଁ କାରଣରୁ ଏହି ରୋଗ ବ୍ୟାପୁଛି ତାହା ଅନୁଧ୍ୟାନ କରିବାକୁ ଲୋକେ ଦାବି କରିଛନ୍ତି । ସେପଟେ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଗାଁ କୁ ଏକ ଟିମ ପଠାଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ।  ଅଧିକ ପଢନ୍ତୁ

author img

By

Published : Oct 26, 2022, 7:59 PM IST

Updated : Oct 26, 2022, 9:30 PM IST

kidney terror kandhamal
କିଡନୀ ରୋଗ କବଳରେ ରାଣିପଥର ଗାଁ, ଗଲାଣି ୧୦ରୁ ଅଧିକ ଜୀବନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସୁଡୃକୁମ୍ପା ପଞ୍ଚାୟତ ରାଣିପଥର ଗାଁରେ କିଡନୀ ରୋଗ ଆତଙ୍କ । ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସତେ ଯେମିତି ଅଭିଶପ୍ତ ଗାଁ ପାଲଟିଛି ରାଣିପଥର । କିଡନୀ ରୋଗରେ ୧୦ ରୁ ଅଧିକ ମୁଣ୍ଡ ଗଡିଲାଣି । ମହିଳାଙ୍କ ତୁଳନାରେ ବଢୁଛି ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ଗାଁର ପ୍ରାୟ 20ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ହେଲେ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଇନାହିଁ । ଭୟ ଆତଙ୍କ ଭିତରେ ଜୀବନ ବିତାଉଛନ୍ତି ଗ୍ରାମବାସୀ ।

ରାଣିପଥର ଗାଁର ନୂଆସାହି ,ବଙ୍ଗଳା ସାହି, ଖାନ୍ଦିକୁଟି ଓ ରୁଗୁଡି ସାହିରେ ପ୍ରାୟ ୧୫୦ରୁ ଅଧିକ ପରିବାର ରୁହନ୍ତୁ । ସବୁ ଠିକଠାକ ଚାଲିଥିଲା ହେଲେ ଦୀର୍ଘ 7 ବର୍ଷ ହେବ ଗାଁକୁ ଯେମିତି କାହା ନଜର ଲାଗି ଯାଇଛି । ଜଣେ ପରେ ଜଣେ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହେବାକୁ ଲାଗିଲେ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସମୁଦାୟ ରାଣୀପଥର ଗାଁରେ 10 ଜଣଙ୍କ ଜୀବନ ନେଲାଣି ଏହି କିଡନୀ ରୋଗ । ୨୦ରୁ ଉର୍ଦ୍ଧ୍ବରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ବଙ୍ଗଳାସାହିରେ 8ଜଣ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୨ଜଣ ମୃତ୍ୟୁ ହୋଇଛି । ରୋଗ ପାଇଁ ଲୋକ ଚିକିତ୍ସିତ ମଧ୍ୟ ହେଉଛନ୍ତି ହେଲେ କେହି ସୁସ୍ଥ ହେଉଛନ୍ତି ଆଉ କେହି ଦୁନିଆରୁ ବିଦାୟ ନେଉଛନ୍ତି । ଅନେକ ଲୋକଙ୍କ ଚିକିତ୍ସାରେ ଟଙ୍କା ଅଭାବ ଦେଖିବାକୁ ମିଳିଛି । କୋରୋନା ମହାମାରୀରେ ସାରା ଦେଶ ଲକଡାଉନ ହେବା ପରେ ଚିକିତ୍ସାରେ ବାଧା ଉପୁଜିଥିଲା ଫଳରେ ଅନେକ ଲୋକ ଠିକ ସମୟରେ ଚିକିତ୍ସା ମଧ୍ୟ କରାଇ ପାରିନଥିଲେ । ଧୀରେ ଧୀରେ ବଢି ଚାଲିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଆକ୍ରାନ୍ତଙ୍କୁ ସପ୍ତାହକୁ ୨ ରୁ ୩ ଥର ଡାଇଲେସିସ ହେବାକୁ ପଡୁଥିବା ବେଳେ ଅର୍ଥ ବାଧକ ସାଜିଛି ।

ବଙ୍ଗଳା ସାହିରେ ୬ରୁ ଅଧିକ କିଡନୀ ରୋଗୀ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂଆସାହିରେ ୩ ଜଣ କିଡିନୀ ରୋଗୀ ଥିବା ବେଳେ ଜଣକ ମୃତ୍ୟୁ ଘଟିଛି । ରୁଗୁଡିସାହିର ପାଞ୍ଚ ବର୍ଷ ପୂର୍ବରୁ ଦମ୍ପତି କିଡନୀ ରୋଗରେ ମୃତ୍ୟୁ ହୋଇଥିଲା । ଖାନ୍ଦିକୁଟି ଗ୍ରାମର ରତ୍ନ ବେହେରା ନାମକ ଜଣେ ବୃଦ୍ଧ ରୋଗରେ ପୀଡିତ ଅଛନ୍ତି । ତେବେ ଦେଖାଯାଏ ପୂର୍ବରୁ ମଧ୍ୟ ବହୁ ରୋଗୀ କିଡନୀ ରୋଗରେ ଆକ୍ରାନ୍ତ ହୋବାରୁ ମୃତ୍ୟୁ ହୋଇଛି । କେଉଁ କାରଣରୁ ଏହି ରୋଗ ବ୍ୟାପୁଛି ତାହା ଜଣା ପଡୁନାହି । ତେବେ ଏକ ଡାକ୍ତରୀ ଦଳ ସେଠାକୁ ଯାଇ ପାଣି ପରୀକ୍ଷା କରିବା ସହ କେଉଁ କାରଣରୁ ଏହି ରୋଗ ବ୍ୟାପୁଛି ତାହା ଅନୁଧ୍ୟାନ କରିବାକୁ ଲୋକେ ଦାବି କରିଛନ୍ତି । ସେପଟେ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଗାଁ କୁ ଏକ ଟିମ ପଠାଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

Last Updated : Oct 26, 2022, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.