ETV Bharat / state

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ: ମ୍ୟାନେଜର ସମେତ ୭ ଗିରଫ - ବେଧଡକ ସେକ୍ସ ରାକେଟ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ଆରଡି ଫାଣ୍ଡି ଅଞ୍ଚଳର ଏକ ହୋଟେଲ ଉପରେ ଚଢାଉ କରିଥିଲା ଧୁଷୁରୀ ଥାନା ପୋଲିସ । ସେଠାରେ ଯାଞ୍ଚ ପରେ ତିନି ଜଣ ରୂପଜୀବୀ, ତିନି ଜଣ ଯୁବକ ସହ ସେକ୍ସ ରାକେଟ ଚଲାଉଥିବା ହୋଟେଲ ମ୍ୟାନେଜରକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ବେଧଡ଼କ ଚାଲିଥିବା ସେକ୍ସ ରାକେଟ ଉପରେ ଚଢାଉ
ବେଧଡ଼କ ଚାଲିଥିବା ସେକ୍ସ ରାକେଟ ଉପରେ ଚଢାଉ
author img

By ETV Bharat Odisha Team

Published : Oct 30, 2023, 10:24 PM IST

ବେଧଡ଼କ ଚାଲିଥିବା ସେକ୍ସ ରାକେଟ ଉପରେ ଚଢାଉ

ଭଦ୍ରକ: ହୋଟେଲରେ ଚାଲିଥିଲା ବେଧଡକ ସେକ୍ସ ରାକେଟ । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ଆରଡି ଫାଣ୍ଡି ଅଞ୍ଚଳର ଏକ ହୋଟେଲ ଉପରେ ଚଢାଉ କରିଥିଲା ଧୁଷୁରୀ ଥାନା ପୋଲିସ । ସେଠାରେ ଯାଞ୍ଚ ପରେ ତିନି ଜଣ ରୂପଜୀବୀ, ତିନି ଜଣ ଯୁବକ ସହ ସେକ୍ସ ରାକେଟ ଚଲାଉଥିବା ହୋଟେଲ ମ୍ୟାନେଜରକୁ ଗିରଫ କରିଛି ପୋଲିସ । ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁଯାୟୀ, ଏକ ହୋଟେଲକୁ ସନ୍ଦିଗ୍ଧ ଅବସ୍ଥାରେ ତିନି ଜଣ ଯୁବତୀ ଆସିଥିଲେ । ସମସ୍ତେ ଭିନ୍ନ ଭିନ୍ନ କୋଠରୀରେ ରହିଥିଲେ । କିଛି ସମୟ ପରେ ଯୁବତୀମାନେ ରହୁଥିବା କୋଠରୀକୁ ତିନି ଜଣ ଯୁବକ ଯିବା ଘଟଣା ସନ୍ଦେହ ପ୍ରକାଶ ପାଇଥିଲା । ବିଶେଷ ସୂତ୍ରରୁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଖବର ପାଇଥିବା ଜଣାପଡ଼ିଛି । ତେଣୁ ଏନେଇ ପଦକ୍ଷେପ ନେବା ପାଇଁ ଆରକ୍ଷୀ ଅଧିକ୍ଷକ ଧାମନଗର ଉପଖଣ୍ଡ ପୋଲିସ ଅଧିକାରୀ (SDPO)ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଆରଡି ଫାଣ୍ଡିକୁ କୌଣସି ସୂଚନା ନଦେଇ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଧୁଷୁରୀ ପୋଲିସ ପକ୍ଷରୁ ଥାନା ଅଧିକାରୀ ବନାନୀ ବେହେରାଙ୍କ ନେତୃତ୍ବରେ ଏସଆଇ ଚିନ୍ମୟୀ ବିଶ୍ବାଳ, ବାସୁଦେବ ଓରାମ, ଏଏସଆଇ ପରମାନନ୍ଦ ସାମଲ ଏବଂ ଥାନା କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ଵତନ୍ତ୍ର ଟିମ ସେହି ଅଞ୍ଚଳ ଉପରେ ନଜର ରଖିଥିଲେ । ସେକ୍ସ ରାକେଟ ନେଇ ସତ୍ୟତା ଜାଣିବା ପରେ ହୋଟେଲ ଉପରେ ଅଚାନକ ଚଢାଉ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....ବେଧଡକ ଚାଲିଥିବା ସେକ୍ସ ରାକେଟରେ ଚଢାଉ, 2 ଯୁବତୀ ଓ ଲଜ ମାଲିକ ଗିରଫ

ଚଢାଉ ବେଳେ ଅସଞ୍ଜତ ଅବସ୍ଥାରେ ତିନି ଜଣ ଯୁବତୀଙ୍କ ସହିତ ତିନି ଜଣ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାରର ଆପତ୍ତିଜନକ ଦ୍ରବ୍ଯ ତଥା ଔଷଧ ମଧ୍ୟ ଜବତ କରାଯାଇଛି । ଏହି ଯୁବକ ଯୁବତୀମାନେ ଯାଜପୁର ଜିଲ୍ଲାର ଥାଲକୁଡ଼ି, ନାରିଗାଁ, ମହାନ୍ତି ପାଟଣା, ବିଞ୍ଝାରପୁର ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ଅଞ୍ଚଳର ବୋଲି ଜଣାପଡିଛି । ଏହାସହ ହୋଟେଲ ମ୍ୟାନେଜର ଦେବଦତ୍ତ ନାୟକ ଏବଂ ହୋଟେଲ ମାଲିକ ଅମର ଜ୍ୟୋତି ନାୟକଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି । ତେବେ ପୂର୍ଣ୍ଣାଙ୍ଗ ତଦନ୍ତ ସରିଲେ ସବୁ କଥା ସାମ୍ନାକୁ ଆସିବ ବୋଲି କହିଛନ୍ତି ଧାମନଗର ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ ଶଙ୍କର ମହାନ୍ତି । ଖବର ଅନୁଯାୟୀ, ଆରଡ଼ି ସ୍ଥିତ ହୋଟେଲ ଠାରେ ସେକ୍ସ ରାକେଟ ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଏହା ଉପରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (SP)ଙ୍କ ନଜର ମଧ୍ୟ ଥିଲା ବୋଲି ଜଣାପଡିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.