ETV Bharat / state

କାଳୀ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର: ସୁରକ୍ଷା ବ୍ୟବସ୍ଥା କଡାକଡ଼ି, ଡ୍ରୋନ ଜରିଆରେ ରଖାଯିବ ନଜର - କାଳୀ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ

ପ୍ରସିଦ୍ଧ କାଳୀ ପୂଜା ପାଇଁ ଚଳଚଞ୍ଚଳ ରହିଛି ଭଦ୍ରକ ସହର । ଶାନ୍ତି ଶୃଙ୍ଖଳାର ସହ ପୂଜା ସମ୍ପନ୍ନ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

କାଳୀ ପୂଜା ପାଇଁ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡାକଡି

author img

By ETV Bharat Odisha Team

Published : Nov 12, 2023, 7:19 AM IST

କାଳୀ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର

ଭଦ୍ରକ: ଐତିହାସିକ କାଳୀ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ଭଦ୍ରକ ସହର । ଚଳିତ ମାସ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସହରରେ ଦୀର୍ଘ ୭ ଦିନ ଧରି କାଳୀ ପୂଜା ମହାଆଡମ୍ବରରେ ପାଳନ କରାଯିବ । ଏହି ସମୟରେ ଭଦ୍ରକ ସହର ସମେତ ପ୍ରସିଦ୍ଧ ଶକ୍ତିପୀଠ ମାଆ ଭଦ୍ରକାଳୀଙ୍କ ପୀଠରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି । ବିଶେଷକରି ସହର ଉପକଣ୍ଠରେ ଥିବା ଚରମ୍ପା ଅଞ୍ଚଳରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥାଏ । ୭ ଦିନର ପୂଜାର୍ଚ୍ଚନା ପରେ ଆସନ୍ତା ୧୯ ତାରିଖ ଦିନ ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକର ଭସାଣ ଉତ୍ସବ ଅନୁଷ୍ଠିତ ହେବ । ତେଣୁ ଶାନ୍ତି ଶୃଙ୍ଖଳାର ସହ କାଳିପୂଜା ସମ୍ପନ୍ନ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ(ଏସପି) କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପାଲିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। କାଳୀପୂଜା ପାଇଁ ଭଦ୍ରକ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୬ ଜଣ ସହ ଆରକ୍ଷୀ ଅଧିକ୍ଷକ (DSP), ୧୧ ଜଣ ଇନ୍ସିପେକ୍ଟର, ୮୦ ସବଇନ୍ସିପେକ୍ଟର (SI) ଏବଂ ସହ ସବଇନ୍ସିପେକ୍ଟର (ASI), ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଏସପି ।

ଏହାମଧ୍ୟ ପଢନ୍ତୁ: Diwali 2023: କଟକରେ ରାତି 10ଟା ପରେ ବାଣ ଫୁଟାକୁ ନା, 80ଟି ମଣ୍ଡପରେ ପୂଜା ପାଇବେ ମା’

ବିଶେଷକରି ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜନଗହଳିକୁ ଦୃଷ୍ଟିରେ ରଖି ସେହି ସମୟ ମଧ୍ୟରେ ଅସାମାଜିକ ତତ୍ତ୍ଵଙ୍କ ଆଡ୍ଡାସ୍ଥଳୀ ସମେତ ପିକ୍ ପକେଟିଂ, ଛିନତାଇ, ଗଣ୍ଡଗୋଳ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିବା ଯୁବକଙ୍କ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଅସ୍ଥାୟୀ ଆଉଟପୋଷ୍ଟ ଏବଂ ସହାୟତା କେନ୍ଦ୍ର ଖୋଲା ଯାଇଛି । ସହରରେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଏହି ସିସିଟିଭି ମାଧ୍ୟମରେ ନିର୍ଦ୍ଧାରିତ କଣ୍ଟ୍ରୋଲ ରୁମରେ ଜନଗହଳି ଉପରେ କଡା ନଜର ରଖାଯିବ ।

କେବଳ ସେତିକି ନୁହେଁ, ଜନଗହଳିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଡ୍ରୋନ କ୍ୟାମେରା ଜରିଆରେ ମଧ୍ଯ କଣ୍ଟ୍ରୋଲ ରୁମ୍‌ରୁ ନଜର ରଖାଯିବ । ଭଦ୍ରକ ସହର ବିଶେଷକରି ଚରମ୍ପା ରେଳ ଷ୍ଟେସନ ନିକଟରେ ଥିବା ରାସ୍ତାରେ ଯାତାୟାତ କରୁଥିବା ଲୋକମାନଙ୍କ ପାଇଁ ସ୍ଵତନ୍ତ୍ର ଭାବେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ କାଳିପୂଜାକୁ ପାଳିବା କରିବା ପାଇଁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପାଲି ସମସ୍ତଙ୍କୁ ଅପିଲ କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.