ETV Bharat / state

ଧର୍ମାନ୍ତରୀକରଣ ଅଭିଯୋଗ ! ଚର୍ଚ୍ଚ ପରିସରକୁ ନିଷିଦ୍ଧାଞ୍ଚଳ ଘୋଷଣା, 144 ଧାରା ଜାରି - ଚର୍ଚ୍ଚ ପରିସରକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ପ୍ରଶାସନ

ଚର୍ଚ୍ଚରେ ଧର୍ମାନ୍ତରୀକରଣ କରାଯାଉଥିବା ଅଭିଯୋଗ । ଏହା ପରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି । ଉପଜିଲ୍ଲାପାଳଙ୍କ ଆଦେଶକୁ ଭିତ୍ତିକରି ତହସିଲ ଓ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ଏହା କାର୍ଯ୍ୟକାରୀ କରାଯିବା ସହିତ ସମ୍ପୃକ୍ତ ଚର୍ଚ୍ଚକୁ ନାଲି ପତାକା ମାରି ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ପ୍ରଶାସନର 144 ଧାରା ଜାରି
ପ୍ରଶାସନର 144 ଧାରା ଜାରି
author img

By

Published : May 24, 2022, 9:59 PM IST

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆ ପଞ୍ଚାୟତ ନୂଆ ଆଦିବାସୀ ସାହିରେ ଥିବା ଏକ ଚର୍ଚ୍ଚରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି। ଉପଜିଲ୍ଲାପାଳଙ୍କ ଆଦେଶକୁ ଭିତ୍ତିକରି ତହସିଲ ଓ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ଏହା କାର୍ଯ୍ୟକାରୀ କରାଯିବା ସହିତ ସମ୍ପୃକ୍ତ ଚର୍ଚ୍ଚକୁ ନାଲି ପତାକା ମାରି ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି ।

ଅର୍ଦ୍ଧନିର୍ମିତ ବିବାଦୀୟ ଚର୍ଚ୍ଚ ପରିସରକୁ ନିଷିଦ୍ଧାଞ୍ଚଳ ଘୋଷଣା, ପ୍ରଶାସନର 144 ଧାରା ଜାରି

ସୂଚନା ମୁତାବକ, ଏହି ନୂଆ ଆଦିବାସୀ ସାହିରେ ଅର୍ଦ୍ଧନିର୍ମିତ ବିଲଭର୍ସ ଚର୍ଚ୍ଚକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଉତ୍ତେଜନା ଦେଖା ଦେଇଥିଲା । ଏହି ଘଟଣାରେ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ବ୍ୟାପକଭାବେ ଅଭିଯୋଗ କରାଯିବା ସହିତ ଉଚ୍ଛେଦ ଦାବି କରା ଯାଇଥିଲା । ସ୍ଥାନୀୟ ଲୋକଙ୍କ ଅସହାୟତାର ସୁଯୋଗ ନେଇ ଧର୍ମାନ୍ତରୀକରଣ କରାଯାଉଥିବା ନେଇ ସଙ୍ଗୀନ ଅଭିଯୋଗ ହେବା ପରେ କିଛିଦିନ ତଳେ ଏହି ସଂଗଠନର କର୍ମକର୍ତ୍ତାମାନେ ସେଠାରେ ପହଞ୍ଚି ହୋହାଲ୍ଲା କରିଥିଲେ । ଫଳରେ ପରିସ୍ଥିତି ଉତ୍ତେଜନା ଆଡକୁ ଗତି କରୁଥିଲା । ଏହି ଚର୍ଚ୍ଚକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ସମ୍ଭାବନା ଥିବାରୁ ଉପଜିଲ୍ଲାପାଳଙ୍କ ଆଦେଶକ୍ରମେ ଏପରି 144 ଧାରା ଜାରି କରାଯାଇଛି । ଅନ୍ୟପକ୍ଷରେ ଏହି ଚର୍ଚ୍ଚ ପରିସରକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି । ଏହି ଘଟଣାରେ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ବ୍ୟାପକଭାବେ ଅଭିଯୋଗ କରାଯିବା ସହିତ ଉଚ୍ଛେଦ ଦାବି କରାଯାଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.