ETV Bharat / state

ଦୀର୍ଘ ଦିନର ଦାବି ହେଲା ପୂରଣ, ଭଣ୍ଡାରିପୋଖରୀ ବ୍ଲକରେ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

author img

By

Published : Dec 25, 2022, 10:04 AM IST

ବହୁ ଦିନର ଦାବି ହେଲା ପୂରଣ । ଭଣ୍ଡାରିପୋଖରୀ ବ୍ଲକ ଅଧିନ ରେ 110 କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦରେ ଆରମ୍ଭ ହେଲା ରାସ୍ତା କାମ ।

bhahrak news
bhahrak news
bhahrak news

ଭଦ୍ରକ: ପୂରଣ ହେଲା ଦୀର୍ଘ ଦିନର ଦାବି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରେ ଦୁଇଟି ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ଆରମ୍ଭ ହେଲା କାର୍ଯ୍ୟ । 110 କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦରେ ଏହି ରାସ୍ତା କାମ ଆରମ୍ଭ ହୋଇଛି । ଛତାବର ନିଳକ ଓ ଛତାବର ବାଲିଘାଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତିରେ ଏହି ଦୁଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଛତାବରରୁ ନୀଳକ ପର୍ଯ୍ୟନ୍ତ ରାସ୍ତା ପାଇଁ 25 କୋଟି ଟଙ୍କା ଓ ଛତାବରରୁ ବଳିଘାଇ ପର୍ଯ୍ୟନ୍ତ ରାସ୍ତା ପାଇଁ 85.7 କୋଟି ଟଙ୍କା ବ୍ୟୟରେ ଚାରି ଲେନ ବିଶିଷ୍ଟ ଏହି ରାସ୍ତା ନିର୍ମାଣ ହେବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ରାସ୍ତା କାର୍ଯ୍ୟ ସମାପ୍ତ ହେବ। ଦୀର୍ଘ ଦିନ ଧରି ଭଣ୍ଡାରିପୋଖରୀ ଅଞ୍ଚଳବାସୀ ଏହି ରାସ୍ତାକୁ ନେଇ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ କରୁଥିଲେ । ଶେଷରେ ଗ୍ରାମବାସୀଙ୍କ ଦାବି ପୂରଣ ହୋଇଛି । ରାସ୍ତା ପାଇଁ ଅର୍ଥ ମଞ୍ଜୁର ପରେ ମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ''ଭଦ୍ରକରେ ଅନେକ ଭଲ ରାସ୍ତା ରହିଛି, ଯେଉଁ ରାସ୍ତା ଖରାପ ଥିଲା ତାହାର କାର୍ଯ୍ୟ ଏବେ ଆରମ୍ଭ ହୋଇଛି । ଲୋକେ ଭଲ ରାସ୍ତାରେ ଚାଲିବେ, ଲୋକଙ୍କ ଯେତେ ଉନ୍ନତି ହେବ ବିକାଶ ସେତିକି ଆଗକୁ ଯିବ । ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଗମନାଗମନ ପାଇଁ ରାସ୍ତା ଭଲ ଅଛି । ଯଦି ଆପଣ ମାନେ ଆମକୁ କେଉଁଠି ରାସ୍ତା କାମ ଖରାପ ଅଛି କହିଲେ ଆମେବି ଯଥାଶୀଘ୍ର ପଦକ୍ଷେପ ନେବୁ । ''

ଏହା ମଧ୍ୟ ପଢନ୍ତୁ-Omicron BF.7: 27ରେ ସମସ୍ତ ହସ୍ପିଟାଲରେ ମକଡ୍ରିଲ, ଭୟଭୀତ ନହେବାକୁ ପରାମର୍ଶ

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ, ''ଗତ ୫ ବର୍ଷ ହେଲା ଏ ହି ରାସ୍ତାକୁ ପିଡବ୍ଲୁଡି କରିବାକୁ ଆମେ ଦାବି କରି ଆସୁଥିଲୁ । ଏହାକୁ ପିଡବ୍ଲୁଡି ରୋଡ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଲେ । ପର୍ଯ୍ୟାୟ କ୍ରମରେ ଏହାର କାମ କରାଯିବା ନେଇ କହିଥିଲେ । ସବୁଠାରୁ ବଡ କଥା ହେଉଛି ୩ ବର୍ଷ ଭିତରେ ଜିଲ୍ଲାର କୌଣସି ନିର୍ବାଚନ ମଣ୍ଡଳୀରେ ନୂଆ ରୋଡ ପିଡବ୍ଲୁଡି ଟେକଅପ କରିନାହିଁ । ଏହା ପ୍ରଥମ ରାସ୍ତା ହେବା ସହ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ''

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.