ଭଦ୍ରକ: ଜିଲ୍ଲାର ନଳବାଙ୍କ ଛକ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ଯୁବକ ଗୁରୁତର । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ତୁରନ୍ତ ପରିବାରକୁ କ୍ଷତିପୂରଣ ଦେବା ସହିତ ଜାମୁଝାଡୀ-ଧାମରା ରାସ୍ତାରେ ଓଭର ଲଡିଂ ଗାଡି ଚଳାଚଳକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।
ଏଠାରେ ସୂଚନାଯୋଗ୍ୟ, ଗତକାଲି(ରବିବାର)ବିଳମ୍ବିତ ରାତିରେ ବାସୁଦେବପୁର ବ୍ଲକ ଅନ୍ତର୍ଗତ କୃଷ୍ଣପୁରର ଗୌରା ସେଠୀଙ୍କ ପୁଅ ଶ୍ରୀମତ ସେଠୀ ତାଙ୍କ ଭଉଣୀକୁ ଛାଡିବାକୁ ବାସୁଦେବପୁରକୁ ଆସିଥିଲେ । ଭଉଣୀକୁ ଛାଡି ନିଜ ଘରକୁ ଫେରୁଥିବାବେଳେ ନଳବାଙ୍କ ଛକ ନିକଟରେ ଏକ ହାଇୱା ଗାଡି ତାଙ୍କୁ ଧକ୍କା ଦେଇଥିଲା । ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲକୁ ନେଇଥିଲେ । ମାତ୍ର ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ବର୍ତ୍ତମାନ ତାଙ୍କର ଆଇସିୟୁରେ ଚିକିତ୍ସା ଜାରି ରହିଛି । ତେବେ ଖବର ପ୍ରଚାରିତ ପରେ ଆଜି(ସୋମବାର) ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଦୁର୍ଘଟଣା ସ୍ଥାନରେ ରାସ୍ତାରୋକ କରିଛନ୍ତି ।
ଘଟଣାସ୍ଥଳରେ ସ୍ଥାନୀୟ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଅନ୍ୟପଟେ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ