ଭଦ୍ରକ: କଲେଜ ଛାତ୍ରୀଙ୍କୁ ପିଛା କରିବା ପଡିଲା ମହଙ୍ଗା। ଯୁବତୀଙ୍କୁ ନମ୍ବର ମାଗି ଫସିଲେ ଦୁଇ ଯୁବକ । ଆଣ୍ଠୁଆ ବସାଇଲେ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାଲିଛତୁରୀ ଗ୍ରାମରେ।
ତେବେ ସମୂର୍ଣ୍ଣ ଘଟଣା କିଛି ଏପରି। ତିହିଡି କଲେଜରେ ପଢ଼ୁଥିବା 2ଜଣ ଛାତ୍ରୀଙ୍କୁ 2 ଯୁବକ ବାଇକ ଯୋଗେ ପିଛା କରିବା ସହ ସେମାନଙ୍କୁ ମୋବାଇଲ ନମ୍ବର ମାଗିଥିଲେ। ଏନେଇ ଖବର ପାଇ ବାଲିଛତୁରୀ ଗ୍ରାମବାସୀ ଉକ୍ତ ଯୁବକଙ୍କୁ ଘେରି ଯାଇ ବାଇକ ଶହ ଅଟକ ରଖିଥିଲେ। ଛାତ୍ରୀଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ଯୁବକ ଦୁହିଁଙ୍କୁ ଗାଁ ଦାଣ୍ଡରେ ଆଣ୍ଠେଇବା ସହ ଉତ୍ତମମଧ୍ୟମ ଦେଇଥିଲେ।
ଦୀର୍ଘ ସମୟ ପରେ ଗ୍ରାମବାସୀ ଉକ୍ତ ଯୁବକଦ୍ବୟଙ୍କୁ ପୋଲିସରେ ଜିମା ଦେଇଥିବା ଜଣାପଡିଛି। ଯୁବକ ଦ୍ବୟଙ୍କ ମଧ୍ୟରୁ ଜଣଙ୍କ ଘର ତିହିଡି ଥାନା ଅନ୍ତର୍ଗତ ନିଁଗାଡ଼ି ଅଞ୍ଚଳର ଓ ଅନ୍ୟ ଜଣଙ୍କ ମହାରମପୁର ଗାଁର।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ