ETV Bharat / state

ବାପା ପୁଅଙ୍କ ଉପରେ ମାଡିଗଲା ଯାତ୍ରୀବାହୀ ବସ, ବାପା ମୃତ ପୁଅ ଗୁରୁତର

author img

By

Published : Nov 11, 2022, 6:53 PM IST

ବାପା ପୁଅଙ୍କ ଉପରେ ମାଡିଗଲା ଯାତ୍ରୀବାହୀ ବସ । ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

ବାପା ପୁଅଙ୍କ ଉପରେ ମାଡିଗଲା ଯାତ୍ରୀବାହୀ ବସ
ବାପା ପୁଅଙ୍କ ଉପରେ ମାଡିଗଲା ଯାତ୍ରୀବାହୀ ବସ

ଭଦ୍ରକ: ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକରେ ଯାଉଥିବା ବେଳେ ବାପା ପୁଅଙ୍କ ଉପରେ ମାଡିଗଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିବା ସୂଚନା । ତିହିଡି ଥାନା ଅନ୍ତର୍ଗତ ସତସଂଗ ଭବନ ନିକଟରେ ଏକ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ଜଣଙ୍କ ହେଉଛନ୍ତି ନରେନ୍ଦ୍ରପୁର ଗାଁର ସଚ୍ଚିନ୍ଦ୍ରନାଥ ମାଝୀ ଓ ଆହତ ଜଣଙ୍କ ହେଉଛନ୍ତି ମୃତକଙ୍କ ପୁଅ ଜ୍ଞାନେନ୍ଦ୍ର ମାଝୀ ।

ବାପା ପୁଅଙ୍କ ଉପରେ ମାଡିଗଲା ଯାତ୍ରୀବାହୀ ବସ

ମିଳିଥିବା ସୂଚନା ଅନୁଯାୟୀ ସଚ୍ଚିନ୍ଦ୍ରନାଥ ମାଝୀ ଏବଂ ପୁଅ ଜ୍ଞାନେନ୍ଦ୍ର ମାଝି ଆଜି ଏକ ବାଇକ ଯୋଗେ ଭଦ୍ରକ ଯାଉଥିଲେ । ତେବେ ତିହିଡି ଥାନା ଅନ୍ତର୍ଗତ ସତସଂଗ ଭବନ ନିକଟରେ ପହଞ୍ଚି ଚାନ୍ଦବାଲି ଅଭିମୁଖେ ଯାଉଥିବା ବେଳେ ମାଭଗବାନଶୁଣି ନାମକ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ସାମ୍ନା ପଟରୁ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ଗୁରୁତର ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଓଡିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

ଏହା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ସେମାନଙ୍କୁ ତିହିଡି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଉଭୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ରାସ୍ତାରେ ବାପା ସଚ୍ଚିନ୍ଦ୍ରନାଥଙ୍କର ମୃତ୍ଯୁ ହୋଇଥିଲା । ତେବେ ପୁଅ ଜ୍ଞାନେନ୍ଦ୍ରଙ୍କ ଚିକିତ୍ସା ଏବେ ଜାରି ରହିଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ ଏବଂ ଡ଼୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ପୋଲିସ ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛି ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁରରେ ବସ୍‌କୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୬ ଗୁରୁତର

ସେହିପରି ଆଜି ସମ୍ବଲପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଯାତ୍ରୀବାହୀ ବସ୍‌ ସହ ଟ୍ରକ ଧକ୍କା ହେବା ଯୋଗୁଁ ଜଣକର ମୃତ୍ୟୁ ହୋଇଥିଲା । ଏଥିରେ ୬ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରେ ଜଣେ ଛୋଟ ଛୁଆ ରହିଥିବା ସୂଚନା ମିଳିଛି । ଖବର ପାଇ ଠେଲକୋଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଥିବାବେଳେ ଜଣକୁ ବୁର୍ଲା ଭୀମସାର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.